୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ନୂଆଦିଲ୍ଲୀ, ୨୫/ ୧୦: ଭାରତର ଜଣାଶୁଣା ବରିଷ୍ଠ ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ହରିଶ ସାଲଭେ ଦେଶର ଜଣେ ଜଣାଶୁଣା ଓକିଲ। ୬୫ ବର୍ଷିୟ ସାଲଭେ ଗତମାସରେ ୩୮ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇ ମିନାକ୍ଷୀ ସାଲଭେଙ୍କୁ ତଲାକ ଦେଇଥିଲେ। ଆଇନ୍‌ ଅନୁସାରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ। ହରିଶ ସାଲଭେ ଓ ମିନାକ୍ଷୀଙ୍କର ୨ଜଣ ଝିଅ ମଧ୍ୟ ଅଛନ୍ତି। ହରିଶ ତାଙ୍କ ସାଙ୍ଗ କାରୋଲିନ ବ୍ରାସଡଙ୍କୁ ଅକ୍ଟୋବର ୨୮ ତାରିଖରେ ଲଣ୍ଡନର ଏକ ଚର୍ଚ୍ଚ ବିବହା କରିବାକୁ ଯାଉଛନ୍ତି। ଉଭୟ ୨ୟ ବିବାହ କରିବାକୁ ଯାଉଛନ୍ତି।

ସାଲଭେ ନିଜ ଧର୍ମ ବଦଳାଇ ଏବେ ଇସାଇ ଧର୍ମ ଗ୍ରହଣ କରିଛନ୍ତି। ସାଲଭେଙ୍କ ଭାବି ପତ୍ନୀ କାରୋଲିନଙ୍କ ସହିତ ବିଗତ ୨ବର୍ଷ ହେବ ନିୟମିତ ରୂପରେ ଉତ୍ତର ଲଣ୍ଡନର ଚର୍ଚ୍ଚକୁ ଯିବା ଆସିବା କରୁଛନ୍ତି। ହରିଶ ସାଲଭେ ଓ କାରୋଲିନ୍‌ଙ୍କର ଏହା ୨ୟ ବିବାହ। କାରୋଲିନ୍‌ ପେସାରେ ଜଣେ କଳାକାର ଏବଂ ତାଙ୍କର ଜଣେ ଝିଅ ଅଛି।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…