ହାର୍ଲେ ଡେଭିଡସନ୍ ଲଞ୍ଚ କଲା ହୋମ୍ ଡେଲିଭରୀ ସର୍ଭିସ୍

ନୂଆଦିଲ୍ଲୀ ୧୫/୫: ହେଭି ମୋଟରସାଇକେଲ୍ ନିର୍ମାଣ କରୁଥିବା ଆମେରିକାନ୍ କମ୍ପାନୀ ହାର୍ଲେ ଡେଭିଡସନ୍ ଭାରତରେ ହୋମ୍ ଡେଲିଭରୀ ସର୍ଭିସ୍ ଲଞ୍ଚ କରିଛି । ସର୍ଭିସ୍ ଅନୁସାରେ ହାର୍ଲେ ଡେଭିଡସନ୍ ଡିଲରସିପ୍ ୪୦ କିମି ଦୂରରେ ଥିବା ଗ୍ରାହକଙ୍କୁ ଫ୍ରିରେ ବାଇକ୍ ଡେଲିଭୀର କରିବ । କିନ୍ତୁ ପରେ ପ୍ରତି କିଲୋମିଟର ଅନୁସାରେ ଚାର୍ଜ ଦେବାକୁ ପଡିବ । କମ୍ପାନୀ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଗ୍ରାହକଙ୍କ ପାଇଁ ସର୍ଭିସ୍ ୱାରେଣ୍ଟି ମଧ୍ୟ ବଢାଇଛି ।

କମ୍ପାନୀ କହିଛି କି ଇଚ୍ଛୁକ ଗ୍ରାହକ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ମୋଟର ସାଇକେଲ ମଡେଲ୍ସ ଦେଖି ପାରିବେ । ଏହା ପରେ ଡିଲର ଲୋକେଟର ଜରିଆରେ ନିକଟସ୍ଥ ଡିଲରଙ୍କ ସହିତ ସମ୍ପର୍କ କରି କିଣିପାରିବେ ଏବଂ ପେମେଣ୍ଟ ସମ୍ପର୍କରେ ଆଲୋଚନା କରିପାରିବେ । କମ୍ପାନୀ ଆଗକୁ କହିଛି କି ଡିଲରସିପ୍ ୪୦ କିମି ପର୍ଯ୍ୟନ୍ତ ଦୂର ପର୍ଯ୍ୟନ୍ତ ଫ୍ରିରେ ବାଇକ୍ ଘରେ ପହଞ୍ଚାଇବ କିନ୍ତୁ ୪୦ କିମି ପରେ ପ୍ରତି କିଲୋମିଟର ହିସାବରେ ଚାର୍ଜ ନେବ ।

୩୦ ଦିନର ଅତିରିକ୍ତ ୱାରେଣ୍ଟି ମଧ୍ୟ ଦେଉଛି କମ୍ପାନୀ
କମ୍ପାନୀ ଏପ୍ରିଲ ଓ ମଇରେ ମଧ୍ୟ ଅନେକ ସ୍କିମ ଲଞ୍ଚ କରିଛି । କମ୍ପାନୀ କହିଛି କି ହାର୍ଲେ ଡେଭିଡସନ୍ ଗ୍ରାହକ ଯେଉଁମାନଙ୍କ ମୋଟରସାଇକେଲ୍ ୱାରେଣ୍ଟି ଲକଡାଉନ୍ ପିରିୟଡ ମଧ୍ୟରେ ସମାପ୍ତ ହେଉଛି ସେମାନଙ୍କୁ ୩୦ ଦିନର ୱାରେଣ୍ଟି ଏକ୍ସଟେନ୍ସନର ଫାଇଦା ଦିଆଯିବ । କମ୍ପାନୀ କହିଛି କି HDFS(ହାର୍ଲେ ଡେଭିଡସନ୍ ଫାଇନାନ୍ସିଆଲ ସର୍ଭିସ୍) ପ୍ଲାନ୍ଡ ମେଣ୍ଟେନାନ୍ସ ପ୍ରୋଗ୍ରାମରେ ଆସୁଥିବା ଗ୍ରାହକଙ୍କୁ ୬୦ ଦିନର ଏକ୍ସଟେନ୍ସନ ଦିଆଯାଉଛି । କମ୍ପାନୀ ସବୁ ଗ୍ରାହକଙ୍କୁ ଏଚଡି କନେକ୍ଟ ସେଣ୍ଟର ଓ ରୋଡ୍ ସାଇଡ୍ ଆସିଷ୍ଟାଣ୍ଟ ସର୍ଭିସ୍ ଯୋଗାଇ ଦେବ ।

   ସମ୍ବନ୍ଧିତ ଖବର


ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଦୀପାବଳୀ ପରେ କମିବ ପିଆଜ ଦର

ଗୁଗଲ ସର୍ଚ୍ଚକୁ ଟକ୍କର ଦେବ ସଫାରୀ

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?