କୃଷି ଅଧ୍ୟାଦେଶ ବିରୋଧରେ କେନ୍ଦ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଲେ ଅକାଳି ନେତ୍ରୀ

ନୂଆଦିଲ୍ଲୀ, ୧୭/ ୦୯: କେନ୍ଦ୍ରର ମୋଦୀ ସରକାରଙ୍କୁ ଝଟକା। କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ ଅଧ୍ୟାଦେଶକୁ ବିରୋଧ କରିଛି। ଗୁରୁବାର ଯେବେ ବିଧେୟକ ଲୋକସଭାରେ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ସେ କହିଥିଲେ ଯେ, ଏହି ଅଧ୍ୟାଦେଶ ବିରୋଧ ସ୍ଵରୂପ ହରସିମରତ କୌର ବାଦଲ ମନ୍ତ୍ରୀପଦରୁ ଇସ୍ତଫା ଦେବେ।

ଏହାର କିଛି ସମୟ ପରେ ପଞ୍ଜାବର ବାଠିଡା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ନିଜ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ମୁଁ କୃଷକ ବିରୋଧୀ ଅଧ୍ୟାଦେଶ ଏବଂ ନିୟମକୁ ବିରୋଧ କରି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛି। କୃଷକଙ୍କ ସହ ଝିଅ, ଭଉଣୀ ପରି ଠିଆ ହୋଇଥିବାରୁ ଗର୍ବ ଲାଗୁଛି ବୋଲି ସେ କହିଛନ୍ତି।

କୃଷି ଓ କୃଷକଙ୍କ ଉନ୍ନତି ଉଦ୍ଦେଶ୍ୟରେ ମୋଦୀ ସରକାର ସଂସଦରେ ୩ଟି ଅଧ୍ୟାଦେଶ ଜାରି କରିଥିଲେ। ସଂସଦର ମୌସୁମୀ ଅଧିବେଶନରେ କୃଷି ସମ୍ବନ୍ଧିୟ ବିଲକୁ ଆଇନରେ ପରିଣତ କରିବାକୁ ଆଗତ କରାଯାଇଛି। ଏହି ଅଧ୍ୟାଦେଶକୁ ବିରୋଧ କରୁଥିବା ଶିରୋମଣି ଅକାଳୀ ଦଳ ପ୍ରଥମେ ଏହି ବିଲକୁ ସମର୍ଥନ କରୁଥିଲା। ହେଲେ ପଞ୍ଜାବ ଓ ହରିଆଣାରେ ଏହି ପ୍ରସ୍ତାବିତ ବିଲ୍‌ ବିରୋଧରେ ଏକ ସପ୍ତାହ ହେବ ଆନ୍ଦୋଳନ ଜାରି ରହିଛି ଯାହାକୁ ନଜରରେ ରଖି ଦଳ ମତ ପରିବର୍ତ୍ତନ କରିଛି।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’