PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଏଲିଅନଙ୍କ ଆଡଭାନ୍ସ ଟେକ୍ନୋଲୋଜି ପୃଥିବୀର ଅନ୍ତ କରିବ?ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଦାବୀ

ନୂଆଦିଲ୍ଲୀ,୩୦।୫:ରହସ୍ୟମୟ ସ୍ପେସ ଅବଜେକ୍ଟ Oumuamuaକୁ ଏଲିଅନଙ୍କ ମହାକାଶଯାନ ବୋଲି ବର୍ଣ୍ଣନା କରିଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଭି ଲୋଏବ ଏକ ନୂତନ ଦାବି କରିଛନ୍ତି। ତାଙ୍କର କହିବା ଅନୁସାରେ ପୃଥିବୀର ଅନ୍ତ ଏଲିଅନଙ୍କ କୌଣସି ଭୁଲ ବିଜ୍ଞାନ ପରୀକ୍ଷଣ ଦ୍ୱାରା ହୋଇପାରେ। ସାଇଣ୍ଟିଫିକ ଆମେରିକାନରେ ଲେଖାଯାଇଥିବା ଏକ ଆର୍ଟିକିଲରେ ଦର୍ଶାଯାଇଛି ଯେ ଏକ ବିରାଟ ପାର୍ଟିକିଲ ଏକ୍ସଲେଟର ଏଭଳି ଡାର୍କ ଏନର୍ଜି ବିସ୍ଫୋରଣ କରିପାରେ ଯାହା ଆଲୋକର ବେଗରେ ଏକ ସମଗ୍ର ଗାଲାକ୍ସିକୁ ଜଳାଇ ଦେଇପାରିବଲା

ଲୋଏବଙ୍କ କହିବା ଅନୁସାରେ , ଏହାକୁ ଏଡାଇବା ପାଇଁ ଯଥାଶୀଘ୍ର ‘ଇଣ୍ଟରଷ୍ଟେଲର ଡିପ୍ଲୋମାସି ‘ କରିବାକୁ ପଡିବ। ବର୍ତ୍ତମାନ, ବିଶ୍ଵର ସ୍ପେସ୍ ଏଜେନ୍ସିଗୁଡିକ ଅନ୍ୟ ଏକ ଗ୍ରହରେ ଜୀବନ ସତ୍ତା ଖୋଜିବାକୁ ଲାଗିଛନ୍ତିl ଆଜି ପର୍ଯ୍ୟନ୍ତ ଜୀବନର ଥିବା ନେଇ କୌଣସି ପ୍ରମାଣ ମିଳିନାହିଁl ଏଭଳି ପରିସ୍ଥିତିରେ ଏକ ସୁପର-ଆଡ଼ଭାନ୍ସ ସଭ୍ୟତା ରହିବା ମଧ୍ୟ ଏକ କଳ୍ପନା ଏବଂ କୂଟନୀତି କରିବା ଆହୁରି ଦୂରର କଥାl ଲୋଏବ କହିଛନ୍ତି ଏଭଳି ବିପର୍ଯ୍ୟୟକୁ ଏଡାଇବା ପାଇଁ ଆଣବିକ ପରୀକ୍ଷଣ ନିଷେଧ ସିଦ୍ଧାନ୍ତ ଭଳି ଆପୋଷ ବୁଝା ମଣା କରିବାକୁ ହେବ। ଯଦି ଏପରି କୌଣସି ସମ୍ଭାବନା ହେବ ତେଵେ ଡାର୍କ ଏନର୍ଜିର ଏକ ‘ବବଲ୍’ ହୋଇଯିବ ଯାହା ବ୍ୟାପି ଯିବ ଓ ନିଜ ପଥରେ ଆସିଥିବା ସମସ୍ତ ଜିନିଷକୁ ନଷ୍ଟ କରିଦେବl ଏଭଳି ଘଟଣା ବିଷୟରେ ଶୀଘ୍ର ଚେତାବନୀ ପାଇବା କଷ୍ଟସାଧ୍ୟ ହେବ କାରଣ ଆଲୋକର ବେଗଠାରୁ କୌଣସି ସଂକେତ ଶୀଘ୍ର ଆସିପାରିବ ନାହିଁ।

ଏହା ପୂର୍ବରୁ ଲୋଏବ ଚର୍ଚ୍ଚା ରେ ଥିଲେ ଯେତେବେଳେ ସେ ଦାବି କରିଥିଲେ ଯେ ୧୯ ଅକ୍ଟୋବର ୨୦୧୭ ରେ ଦେଖାଯାଇଥିବା ସ୍ପେସ୍ ରକ୍ Oumuamua ପ୍ରକୃତରେ ଏଲିଅନ ଥିବାର ପ୍ରମାଣ l ହାୱାଇ ବିଶ୍ୱବିଦ୍ୟାଳୟର PAN-STARRS1 ଟେଲିସ୍କୋପ ଏହାକୁ ଦେଖିଥିଲା l ସିଗାର ଆକୃତିର ଏହି ବସ୍ତୁ ଘଣ୍ଟା ପ୍ରତି ୧.୯୬ ଲକ୍ଷ ମାଇଲ ବେଗରେ ପୃଥିବୀ ନିକଟବର୍ତ୍ତୀ ହୋଇ ଏକ ଧମକେତୁ ବା ଆଷ୍ଟେରଏଡ ଭାବରେ ପରିଗଣିତ ହେଲାl ତେବେ ଇଭଙ୍କ କହିବା କଥା ଥିଲା ଏହା ଏକ ସାଧାରଣ ସ୍ପେସ୍ ରକ୍ ନୁହେଁl

ସମ୍ବନ୍ଧିତ ଖବର