ହରିୟାଣା ବିଧାନସଭାରେ କରୋନା ଭୟ, କ୍ୟାବିନେଟ ମନ୍ତ୍ରୀ କୋଭିଡ-୧୯ ପଜିଟିଭ

ଚଣ୍ଡୀଗଡ- ହରିୟାଣା ଶାସକ ଦଳକୁ କରୋନା ଭୟ । ଏପରିକି ବିଧାନସଭାରେ କରୋନା ପଶିବା ଆରମ୍ଭ କଲାଣି । ଜଣକ ପରେ ଜଣେ ବଡ ବଡ ନେତାଙ୍କୁ ଏହି ମହାମାରୀ ଭାଇରସ ମାଡି ବସିଲାଣି । ପ୍ରଥମେ ବାଚସ୍ପତି ଜ୍ଞାନଚନ୍ଦ୍ର ଗୁପ୍ତା , ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ଜଣେ କ୍ୟାବିନେଟ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ କ୍ୟାବିନେଟ ମନ୍ତ୍ରୀ ମୁଳଚାନ୍ଦ ଶର୍ମାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି ।

ଏନେଇ କ୍ୟାବିନେଟ ମନ୍ତ୍ରୀ ମୁଳଚାନ୍ଦ ଶର୍ମା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ପୂର୍ବ ସପ୍ତାହରେ ଯେଉଁମାନେ ତାଙ୍କ ସହ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ କରୋନା ଟେଷ୍ଟ କରାଇନେବା ଉଚିତ୍ । ମୁଲଚାନ୍ଦ ରାଜ୍ୟ ପରିବହନ ଓ ଖନନମନ୍ତ୍ରୀ ଅଛନ୍ତି । ସେହିପରି ରାଜ୍ୟର କିଛି ବିଧାୟକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରୁ ଗୁରୁଗାଁଓ ର ମେଦାନ୍ତ ହସପିଟାଲରେ ଚିକିତ୍ସୀତ ହେଉଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ