PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ରୌପ୍ୟ ପଦକ ବିଜୈତା କୁସ୍ତି ଯୋଦ୍ଧା ରବି ଦହିଆଙ୍କୁ ମିଳିବ ୪ କୋଟି ଟଙ୍କା ସହିତ କ୍ଲାସ ୱାନ୍‌ର ଚାକିରି ଓ କମ୍‌ ମୂଲ୍ୟରେ ଜାଗା

pic-indiatoday

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ରେ ମେଡାଲ ହାସଲ କରୁଥିବା ଖେଳାଳିମାନଙ୍କୁ ପୁରସ୍କାର ବର୍ଷା ହେଉଛି। ବିଭିନ୍ନ ରାଜ୍ୟ ସେମାନଙ୍କର ଖେଳାମାନଙ୍କୁ କୋଟି କୋଟି ଟଙ୍କାରୁ ପୁରସ୍କାର ଘୋଷଣା କରୁଛନ୍ତି। ପରୁଷ ହକି ଟିମ୍ ପାଇଁ ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ସରକାର ମୋଟା ଅଙ୍କର ପୁରସ୍କାର ରାଶି ଘୋଷଣା କରି ସାରିଛନ୍ତି।

ସେହିପରି କୁସ୍ତିରେ ରୌପ୍ୟ ପଦକ ହାସଲ କରି ଦେଶର ଗୌରବ ଆଣିଥିବା ହରିୟାଣାର ରବି ଦହିଆଙ୍କ ପାଇଁ ପୁରସ୍କାର ରାସି ଘୋଷଣା କରିଛନ୍ତି ହରିୟାଣା ସରକାର। ରବିଙ୍କୁ ୪ କୋଟି ଟଙ୍କାର ନଗଦ ରାଶି ସହିତ କ୍ଲାସ ୱାନ୍‌ର ଚାକିରି ଓ ହରିୟାଣାର ଯେଉଁଠି ଚାହିଁବେ ସେଇଠି ୫୦ ପ୍ରତିଶତ ମୂଲ୍ୟ କମ୍‌ରେ ପ୍ଲଟ୍ ମଧ୍ୟ ଦିଆଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ର ମନୋହର ଲାଲ୍ ଖଟ୍ଟର ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଖଟ୍ଟର କହିଛନ୍ତି “ଆମ ରେସଲର ରବି ଦହିଆ ବହୁତ ବାହାଦୁରୀ ସହିତ ମ୍ୟାଚ୍‌ ଖେଳିଛନ୍ତି। ଖେଳରେ ହାର ଜିତ ଲାଗି ରହିଥାଏ। ଫାଇନାଲରେ ଜିତିନଥିଲେ ବି ତାଙ୍କ ବାହାଦୁରୀକୁ ପ୍ରଶଂସା କରୁଛି। ହରିୟାଣା ସରକାରଙ୍କର ପଲିସି ଅନୁସାରେ ରବିଙ୍କୁ କ୍ଲାସ ୱାନର ଚାକିରି ଦିଆଯିବ ତା ସହିତ ହରିୟାଣାର ଯେଉଁଠି ଚାହିଁବେ ସେଇଠି ୫୦ ପ୍ରତିଶତ କମ୍‌ ମୂଲ୍ୟରେ ତାଙ୍କୁ ଜାଗା ଯୋଗାଇ ଦିଆଯିବ। ତା ସହିତ ୪ କୋଟି ଟଙ୍କାର ନଗଦ ଟଙ୍କା ଦିଆଯିବ”

ରବିଙ୍କ ପଦକ ହାସଲ ପରେ ତାଙ୍କ ଗାଁ ନହରୀରେ ଆଧୁନିକ ସୁବିଧା ଯୁକ୍ତ କୁସ୍ତୀର ଏକ ଇଣ୍ଡୋର ଷ୍ଟାଡିୟମ୍‌ ନିର୍ମାଣ କରାଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅଲିମ୍ପିକ୍‌ରେ ରୌପ୍ୟ ପଦକ ଜିତିବା ପରେ ରବିଙ୍କୁ ବଧେଇ ଜଣାଇବା ସହିତ ତାଙ୍କର ସଫଳତା କମାନ କରିଥିଲେ ହରିୟାଣା ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର