ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

୫ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ଅଟା ଡବାରେ ରଖିଥିଲା ଦୋଷୀ, ଏବେ କୋର୍ଟ ଦେଲେ ଫାଶୀ ଦଣ୍ଡ

ପଲଓ୍ବଲ,୨୮।୧: ଅମାନୁଷିକତାର ଚରମ ସୀମାରେ ପହଁଞ୍ଚିଥିବା ଜଣେ ନାବାଳିକା ଦୁଷ୍କର୍ମକାରୀକୁ ମିଳିଛି ଫାଶୀ ଦଣ୍ଡ। ହରିୟାନାର ପଲବଲରେ ଏକ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବା ସାରିବା ପରେ ଦୁଷ୍କର୍ମକାରୀ ପ୍ରମାଣ ନଷ୍ଟ କରିବାକୁ ଝିଅଟିର ମୃତଦେହକୁ କାଟି ଖଣ୍ଡଖଣ୍ଡ କରି ଘରେ ଥିବା ଅଟା ଡବା ଭିତରେ ଲୁଚାଇକି ରଖିଥିଲା। ଏହି ଘଟଣାର ଦୋଷୀ ବୀରେନ୍ଦ୍ରକୁ ତା’ର ମାଁ କରିଥିଲେ | ପୁଅକୁ ହତ୍ୟାକାଣ୍ଡରେ ସାହାଯ୍ୟ କରିଥିବାରୁ ମା’ କୁ ମଧ୍ୟ ପଲଓ୍ବଲର ସ୍ପେଶାଲ କୋର୍ଟ ୭ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି | ପଲଓ୍ବଲରେ ଏଭଳି ଘଟଣା ପ୍ରଥମ, କାରଣ ଏହା ପୂର୍ବରୁ କୌଣସି ଦୋଷୀକୁ ଫାଶୀଦଣ୍ଡ ମିଳିନାହିଁ। ମାମଲାର ଦୋଷୀ ୨୦ ମାସ ହେବ ଜେଲ ଭିତରେ ରହିଥିବା ବେଳେ ତା’ର ମା’ ଜାମିନ୍ ପାଇ ବାହାରକୁ ଆସିଛନ୍ତି।

wp:gallery {"ids":[84760]} /wp:gallery

ଉଲ୍ଲେଖନୀୟ ଯେ, ୨୦୧୮ ମସିହା ମେ ୩୧ରେ ପଲବଲର ଗଦାପୁରୀ ଗାଁରେ ୨୭ ବର୍ଷର ଚାକର ତା ମାଲିକଙ୍କ ୫ ବର୍ଷର ଝିଅକୁ ଅପହରଣ କରି ଦୁଷ୍କର୍ମ କରିଥିଲା | ଏହା ପରେ ଛୁରି ଭୁଷି ହତ୍ୟା କରିଥିଲା। ପ୍ରମାଣ ଲୁଚାଇବାକୁ ଯାଇ ଝିଅଟିର ଶରୀରକୁ ଖଣ୍ଡଖଣ୍ଡ କରି କାଟି ନିଜ ଭିତ ଭିତରେ ଥିବା ଅଟା ଡବା ଭିତରେ ପକାଇଥିଲା ବୀରେନ୍ଦ୍ର। ଆଉ ତା’ର ଏଭଳି ଅମାନୁଷିକ କାର୍ଯ୍ୟରେ ତାକୁ ସାହାର୍ଯ୍ୟ କରିଥିଲେ ତା’ର ମା’।

wp:gallery {"ids":[84761]} /wp:gallery

ଏହି ମାମଲା ସମ୍ପର୍କରେ ଖବର ପାଇ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ପୋଲିସ ଛାନଭିନ କରିବା ପରେ ଖଣ୍ଡବିଖଣ୍ଡ ଅଙ୍ଗପ୍ରତ୍ୟଙ୍ଗକୁ ଅଭିଯୁକ୍ତର ଘରେ ଜବତ କରିଥିଲା। ଏହା ସହ ବୀରେନ୍ଦ୍ରକୁ ଗିରଫ କରିଥିଲା ପୋଲିସ। ପୋଲିସ ତା ନାଁରେ ଅପହରଣ, ଦୁଷ୍କର୍ମ ଓ ପୋକସୋ ଆକ୍ଟ ଅନୁଯାୟୀ ହତ୍ୟା ମାମଲା ରୁଜୁ କରିଥିଲା | ଶେଷରେ କୋର୍ଟ ଦୋଷୀ ବୀରେନ୍ଦ୍ର ଓ ଓରଫ ଭୋଳାକୁ ମୃତ୍ୟୁ ଦଣ୍ଡ ଶୁଣାଇଥିବା ବେଳେ ତା ମା’କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି।

wp:gallery {"ids":[84762]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.