ହାତଗଣ୍ଠି ବଦଳରେ ହାତକଡି – ବରକୁ ବରଯାତ୍ରୀ ଭିତରୁ ଉଠାଇ ନେଲା ପୁଲିସ

ବାଙ୍କୀ/ଆଠଗଡ଼ -୧୨.୦୩- ଧୁମ୍‌ଧାମ୍‌ରେ ବାଜା ବଜାଇ, ରୋଷଣୀ କରି, ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାହା ହେବାକୁ ଯାଉଥିବା ବରକୁ ଅଧା ରାସ୍ତାରୁ ଉଠାଇନେଲା ପୋଲିସ । ଫିଲ୍ମ ଷ୍ଟାଇଲ୍‌ରେ ସବୁକିଛି ଘଟିଯାଇଥିବା ବେଳେ ପ୍ରଥମେ ପରିବାର ଲୋକେ କିଛି ବୁଝି ପାରିନଥିଲେ । ପରେ ପୁଅକୁ ମୁକୁଳାଇବା ପାଇଁ ଥାନାକୁ ଯିବା ପରେ ଜଣାପଡ଼ିଥିଲା ଅସଲ ଘଟଣା । ….

ବ୍ୟାଣ୍ଡ ବାଜା ବାରାତ୍‌ ଧରି ବାହା ହେବାକୁ ବାହାରିଥିଲା ବର । ମଝି ରାସ୍ତାରୁ ଉଠାଇନେଲା ପୋଲିସ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ଘଟିଥିଲା ସବୁକିଛି । ପ୍ରଥମେ ପରିବାର ଲୋକେ କିଛି ବୁଝିପାରି ନଥିଲେ । ପରେ ପୁଅକୁ ମୁକୁଳାଇବା ପାଇଁ ଯେତେବେଳେ ଥାନାକୁ ଗଲେ ସେତେବେଳେ ଜଣାପଡ଼ିଥିଲା ଅସଲ କଥା । କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅନୁମାନ କରୁଥିବା ପରିବାର ଲୋକେ ସାଦା ପୋଷାକରେ ପୋଲିସ ଆସି ପୁଅକୁ ଉଠାଇନେଇଛି ବୋଲି ବୁଝି ଯାଇଥିଲେ । ଘଟଣା ଥିଲା କିଛି ଏମିତି, ଢ଼େଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ବାଇଁଙ୍କର ଆଠଗଡ଼ ଅଂଚଳର ଜଣେ ଯୁବତୀଙ୍କ ସହ ବାହାଘର ଫାଇନାଲ ହୋଇଥିଲା । ସେଥିପାଇଁ ଆଜି ଧୁମ୍‌ ଧାମ୍‌ରେ ବାଜା, ରୋଷଣୀ କରି ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବରବେଶରେ ଆଠଗଡ଼ ବାହାରିଥିଲେ ପ୍ରକାଶ । ସେପଟେ ବୀର କିଶୋରପୁର ଶିବ ମନ୍ଦିରରେ ବାହାଘର ପାଇଁ ସବୁ ଆୟୋଜନ ସରିଥିଲା । ଆଉ କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ତା’ ପୂର୍ବରୁ ସାପୁଆ ନଦୀ ପୋଲ ଉପରୁ ହାତକଡ଼ି ପକାଇ ଉଠାଇନେଲା ପୋଲିସ ।

ବୁଝୁ ବୁଝୁ ଜଣାପଡ଼ିଲା ୨୦୧୮ରେ ଏକ ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ପ୍ରକାଶ । ଗଲା ୨ବର୍ଷ ଧରି ପୋଲିସକୁ ଚକ୍‌ମା ଦେଇ ପ୍ରକାଶ ଲୁଚି ବୁଲୁଥିବା ବେଳେ ଆଜି ସେ ବାହା ହେବାକୁ ଯାଉଥିବା ଖବର ପାଇ ମାଡ଼ି ବସିଥିଲା ପୋଲିସ ।

ସେପଟେ ବୀର କିଶୋରପୁର ଶିବ ମନ୍ଦିରରେ ବାହାଘର ପାଇଁ ଝିଅ ଘର ପକ୍ଷରୁ ସରିଥିଲା ସମସ୍ତ ପ୍ରସ୍ତୁତି । ଖୁବ୍‌ ଜୋରସୋର୍‌ରେ ଚାଲିଥିଲା ଭୋଜି ରୋଷେଇ । ହେଲେ ଅଧାରାସ୍ତାରୁ ବରକୁ ପୋଲିସ ଉଠାଇନେଇଥିବା ଜାଣିବା ପରେ ଝିଅ ଘର ଲୋକ ଏବେ ଚିନ୍ତାରେ ପଡ଼ିଛନ୍ତି । 

ମଝି ରାସ୍ତାରୁ ବରକୁ ପୋଲିସ୍‌ ଉଠାଇ ନେଇଥିବା ବେଳେ ମଙ୍ଗୁଳା କନ୍ୟାର ବାହାଘର ପାଇଁ ସିନା ପରିବାର ଲୋକେ ଚିନ୍ତାରେ ଅଛନ୍ତି, କିନ୍ତୁ ଜଣେ ହତ୍ୟା ଅଭିଯୁକ୍ତ ସହ ବାହାଘର ହେବା ପୂର୍ବରୁ ଅଟକି ଯାଇଥିବାରୁ ଝିଅଟି ରକ୍ଷା ପାଇଯାଇଛି, ନହେଲେ ସାରା ଜୀବନ ପସ୍ତାଇବାକୁ ପଡ଼ିଥାନ୍ତା  ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି ।

   ସମ୍ବନ୍ଧିତ ଖବର


ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ