ହାଥରସ୍ ଗଣଦୁଷ୍କର୍ମ ମାମଲା: ପରିବାର ଲୋକଙ୍କ ଅଭିଯୋଗ- ଅଧା ରାତିରେ ଆମକୁ ଘର ଭିତରେ ବନ୍ଦ କରି ଝିଅର ଅନ୍ତିମ ସଂସ୍କାର କଲା ପୋଲିସ

ହାଥରସ୍,୨୦।୯: ଉତ୍ତର ପ୍ରଦେଶ ହାତରସରେ ଗଣଦୁଷ୍କର୍ମ ପୀଡିତା ଦଳିତ ଯୁବତୀଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ଖବର ସାରା ଦେଶରେ ଚର୍ଚ୍ଚାର ପରିସରରେ ରହିଛି।   ପୀଡିତାଙ୍କ ସହ ଅପରାଧୀମାନେ ଯେଉଁଭଳି ଭୟଙ୍କର ଓ ଅମାନବୀୟ କାର୍ଯ୍ୟକଳାପ କରିଛନ୍ତି ତାହା କଳ୍ପନା କରିବା ଖୁବ୍ କଷ୍ଟକର। ପରିବାରର ଏଭଳି ଖରାପ ସମୟରେ ତାଙ୍କୁ ସାହାସ ଦେବା ବଦଳରେ ଉତ୍ତର ପ୍ରଦେଶ ପୋଲିସ ତାଙ୍କ ସହ ଖରାପ ବ୍ୟବହାର କରିଛି। ମଙ୍ଗଳବାର ରାତିରେ ଦିଲ୍ଳୀରୁ ଯେତେବେଳେ ଯୁବତୀଙ୍କ ମୃତଦେହ ହାଥରସ୍ ପହଁଞ୍ଚିଥିଲା ସେତେବେଳେ ୟୁପି ପୋଲିସ ବଳ ପୂର୍ବକ ଭାବରେ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ। ଘରଲୋକଙ୍କର କହିବା ଅନୁସାରେ, ଆମକୁ କିଛି ନପଚାରି ସେମାନେ ଅନ୍ତିମ ସଂସ୍କାର କରିଦେଇଥିଲେ ଓ ଯେତେବେଳେ ମୃତଦେହକୁ ଜଳାଇବାକୁ   ଗଲେ ସେମାନେ ଆମକୁ ଘରେ ବନ୍ଦ କରିଦେଇଥିଳେ। ଏଭଳି ପରିସ୍ଥିତିରେ ୟୁପି ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୃତ ପୀଡିତାଙ୍କ ବାପାଙ୍କ କହିବା ଅନୁସାରେ, ତାଙ୍କୁ ଘରେ ବନ୍ଦ କରିଦିଆଯାଇତିଲା। ପୋଲିସ ମୃତଦେହକୁ ନେଇ ଚାଲିଯାଇଥିଲା। ସେମାନେ ଦେଖିନଥିଲେ ଏହା କାହାର ମୃତଦେହ। ଏହା ସହ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,ପୋଲିସ ପରିବାର ଲୋକଙ୍କୁ ଘର ଭିତରେ ବନ୍ଦ କରି ଦେଇଥିଲା। ମଧ୍ୟ ରାତ୍ରୀରେ ପୀଡିତାଙ୍କ ମୃତଦେହର ଦାହ ସଂସ୍କାର କରାଯାଇଥିଲା। ଏଭଳି ଭାବଳରେ ବଳପୂର୍ବକ କାର୍ଯ୍ୟକୁ ନେଇ ପୀଡିତାଙ୍କର ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ପୀଡିତାଙ୍କ ବାପା କହିଛନ୍ତି, ସେମାନେ ଦେଖିନାହାନ୍ତି ଏହା ତାଙ୍କ ଝିଅର ମୃତଦେହ ନା ଆଉ ଅନ୍ୟ କାହାର ଥିଲା। ପୀଡିତାଙ୍କ ବାପା ଓ ଦାଦା ବହୁବାର ଝିଅକୁ ଶେଷ ଥର ଦେଖିବାକୁ କହିଥିଲେ ମଧ୍ୟ ପୋଲିସ ତାଙ୍କ କଥା ଶୁଣି ନଥିଲା। ପୀଡିତାଙ୍କ ମା’ ନିଜ ଝିଅର ଏଭଳି ବୀଭତ୍ସ ମୃତ୍ୟୁ ଦେଖି ଖୁବ୍ ଭାଙ୍ଗି କହିଛନ୍ତି। ସେ କହିଛନ୍ତି, ମୁଁ ଯେତେବେଳେ ମୋ ଝିଅକୁ ଦେଖିଲି ତା’ର ଦେହସାରା ସମ୍ପୂର୍ଣ୍ଣ ରକ୍ତ ଜୁଡୁବୁଡୁ ଥିଲା। ମୁଁ ତାକୁ ନିଜର ଓଢଣୀରେ ଘୋଡାଇ ଦେଇଥିଲେ। ଦୁଷ୍କର୍ମକାରୀମାନେ ଝିଅର ଜିଭ ମଧ୍ୟ କାଟିଦେଇଥିଲେ।

ଉଲ୍ଲେଖନୀୟ ଯେ, ୟୁପିର ହାଥରସ୍ ଜିଲ୍ଲାର ଚନ୍ଦପା ଗାଁରେ ୧୪ ସେପ୍ଟେମ୍ବର ସକାଳେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଦୁଷ୍କର୍ମ ପରେ ଅପରାଧୀମାନେ ତାଙ୍କ ଜିଭ କାଟିବା ସହ ମେରୁଦଣ୍ଡ ହାଡ ଭାଙ୍ଗି ଦେଇଥିଲା। ଘଟଣାର ୯ ଦିନ ପରେ ଯୁବତୀ ହୋସରେ ଆସିବା ପରେ ନିଜର କଷ୍ଟ ଇଶାରାରେ ଜଣାଇଥିଲେ। ତେବେ ପୀଡିତା ବହୁ ସଂଗ୍ରାମ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ହସ୍ପିଟାଲ ବାହାରେ ବିକ୍ଷୋଭ ପ୍ରଦନାର୍ର୍ନ କରାଯାଇଥିଲ। ସନ୍ଧ୍ୟା ହେବାମାତ୍ରେ ପୋଲିସ ପୀଡିତାଙ୍କ ମୃତଦେହକୁ ହାଥରସ୍ ଆଣି ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରିଦେଇଥିଲା।

   ସମ୍ବନ୍ଧିତ ଖବର


କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ

ରାଲିରେ ଏନଡିଏକୁ ରାହୁଲଙ୍କ ଟାର୍ଗେଟ, କହିଲେ- ପୁଣିଥରେ ମୋଦି-ନୀତୀଶ ଆସିଲେ ପକୁଡି ଖୁଆଇ ଦେବ…