PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ
  • ||
  • କଟକ: ମାତା ମଠ ନିକଟରେ ସିଲଭରସିଟି ବୋଟିଂ କ୍ଲବର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ: କାର୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
  • ||
  • ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ
  • ||
  • କର୍ଲାମୁଣ୍ଡା : କରୋନାରେ ଚାଲିଗଲା ଯୁବ ଶିକ୍ଷକଙ୍କ ଜୀବନ
  • ||
  • ତେଲକୋଇ: ଶାବକ ବାରହା ଢ଼ୁଡ ପୁଣି ନିଖୋଜ, ଗତ କିଛି ଦିନ ତଳେ ମାଆ କୁନ୍ତଳାଙ୍କ କୋଳକୁ ଫେରିଥିଲା
  • ||
  • ସମ୍ବଲପୁର: ଭିମସାରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ସଚିବ ପ୍ରମୁଖଙ୍କ କୋଭିଡ ମୁକାବିଲା ସମୀକ୍ଷା, ବୁର୍ଲାରେ ମୋଟ୍ ୫୨୫ ଶଯ୍ୟା କୋଭିଡ ହସପିଟାଲ ହେବ ବୋଲି ଶ୍ରୀ ମହାପାତ୍ରଙ୍କ ସୂଚନା
  • ||
  • ନିଆଳି: ବାଲିକୁଦା ଜଙ୍ଗଲରୁ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ୩ଦିନ ଧରି ଏହି ଯୁବକ ନିଖୋଜ ଥିଲେ
  • ||
  • ମେଲଚ୍ଛାମୁଣ୍ଡା : ହାତୀ ଆକ୍ରମଣରେ ଜଣେ ମୃତ
  • ||
  • ବୌଦ୍ଧ: ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ
  • ||
  • ସାଲେପୁର: ବିଦ୍ୟୁତଘାତରେ କେବୁଲ ଅପେରେଟର ମୃତ୍ୟୁ। ବିଦ୍ୟୁତ ଖୁଣ୍ଟରେ ଚଢ଼ି କେବୁଲ କାର୍ଯ୍ୟ କରୁଥିବା ବେଳେ ଅଘଟଣ
  • ||
  • ଭୁବନେଶ୍ଵର: ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ବିଏମ୍‌ସିର କଟକଣା, ଖୁବଶୀଘ୍ର ଆସିବ ଏସ୍‌ଓପି
  • ||
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||

ଭୁକିଲା କୁକୁର, ରାଗିଲା ଦନ୍ତା.. ମଣିଷ ଉପରେ ଶୁଝାଇଲା ରାଗ: ଆଖିବୁଜିଲେ ମା’-ପୁଅ, ମୃତ୍ୟୁ ସହ ସଂଗ୍ରାମ କରୁଛି ବାପା

ଜମନକିରା ୨୫/୦୨: ହାତୀ-କୁକୁର ହେଲେ ମୁହାଁମୁହିଁ । କୁକୁର ଭୁକିବାରୁ ରାଗିଗଲା ଦନ୍ତା । କୁକୁରକୁ ଧରିନ ପାରି ଦନ୍ତା ରାଗ ଶୁଝାଇଲା ମଣିଷ ଉପରେ । ଇଟା ଗଢ଼ାଳି ପରିବାରର ମା’ ଓ ପୁଅକୁ ପାଦରେ ଦଳି ମାରିଥିବା ବେଳେ ବାପାକୁ କଚାଡ଼ି ଦେଇଛି । ବାପା ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ରେଙ୍ଗଲୋଇ ପଞ୍ଚାୟତ ଓ ଜମନକିରା ବ୍ଲକ ମହଦା ପଞ୍ଚାୟତ ସୀମାନ୍ତ ଗାଁ ଆଖଡ଼ାଦାଣ୍ଡ ନିକଟରେ । ହାତୀ ଆକ୍ରମଣରେ ମା’ ରୀନା ମୁଣ୍ଡା (୩୫) ଓ ପୁଅ ସାହିଲ (୧୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବାପା ପ୍ରଶାନ୍ତ ମୁଣ୍ଡା (୪୫) ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଛି ।

ସୂଚନାନୁସାରେ ରେଙ୍ଗଲୋଇ ପଞ୍ଚାୟତ ଗଣ୍ଡାକୁନା ଗାଁର ପ୍ରଶାନ୍ତ ମୁଣ୍ଡା ସପରିବାର ନିକଟ ଜମନକିରା ବ୍ଲକ ମହଦା ପଞ୍ଚାୟତ ଅଖଡ଼ାଦାଣ୍ଡ ଗାଁ ଇଟାଭାଟିକୁ ଇଟା ଗଢ଼ିବାକୁ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ତ୍ରୀ ଓ ପୁଅ ସହିତ ଏକ ଅସ୍ଥାୟୀ କୁଡ଼ିଆରେ ଅନ୍ୟ ୩ ପତ୍ରିଆ (ଇଟା ଗଢ଼ାଳି ଦଳ) ସହ ରହୁଥିଲେ । ମଙ୍ଗଳବାର ବିଳମ୍ୱିତ ରାତିରେ ଏକ ଦନ୍ତା ସେଠାକୁ ଚାଲି ଆସିଥିଲା । ସେହି ସମୟରେ ଏକ ପୋଷା କୁକୁର ଦନ୍ତାକୁ ଦେଖି ଖୁବ୍‌ ଜୋରରେ ଭୁକିଥିଲା । ଏଥିରେ ଦନ୍ତା ରାଗିଯାଇ କୁକୁରକୁ ଆକ୍ରମଣ କରିବା ସମୟରେ ପ୍ରଶାନ୍ତ ରହୁଥିବା କୁଡ଼ିଆକୁ ଭାଙ୍ଗି ଦେଇଥିଲା ।

ଆଉ ଶୋଇଥିବା ମା’ ଓ ପୁଅକୁ ପାଦରେ ଦଳି ମାରିବା ସହ ପ୍ରଶାନ୍ତଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଏହି ସମୟରେ ଅନ୍ୟ ଅସ୍ଥାୟୀ କୁଡ଼ିଆରେ ଥିବା ୩ ପରିବାର ସଦସ୍ୟ ହାତୀ ଆସିଥିବା ଜାଣି ବାହାରକୁ ବାହାରି ଦୌଡ଼ି ପଳାଇବାରୁ ରକ୍ଷା ପାଇଥିଲେ । ଖବରପାଇ ଘଟଣାସ୍ଥଳକୁ ରେଙ୍ଗାଲି, ଜମନକିରା ବନ ବିଭାଗ ସହ କତରବଗା ଓ କୁଚିଣ୍ଡା ପୁଲିସ୍‌ ଆସି ତଦନ୍ତ କରିଥିଲେ । କୁଚିଣ୍ଡା ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ପଠାଇଛି । ଜମନକିରା ରେଞ୍ଜ ପକ୍ଷରୁ ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।