PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କର୍ଲାପାଟ ଅଭୟାରଣ୍ୟରେ ପୁଣି ହାତୀମୃତ୍ୟୁ ! କଟିଙ୍ଗପଦରରେ ହାତୀ ଶାବକର ଶବ ଠାବ

ଭବାନୀପାଟଣା ୦୪/୦୬: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନ କର୍ଲାପାଟ ଅଭୟାରଣ୍ୟରେ ପ୍ରାୟ ତିନି ମାସର ବ୍ୟବଧାନରେ ପୁଣି ଏକ ହାତୀର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏହା ୬ ମାସର ଏକ ଶାବକ ବୋଲି ଜଣାପଡ଼ିଛି । ବୁଧବାର ଅଭୟାରଣସ୍ଥିତ କଟିଙ୍ଗପଦରରେ ହାତୀ ଶାବକର ଶବ ବନ ବିଭାଗ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରିଛି । ପ୍ରାଣୀ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛନ୍ତି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି ।

ତେବେ ଉକ୍ତ ହାତୀ ଶାବକଟି କିଛିଦିନ ହେଲା ଜଙ୍ଗଲରେ ଏକାକୀ ବୁଲୁଥିବା ଦେଖାଯାଇଥିଲା। ଏନେଇ ପୂର୍ବରୁ ବନବିଭାଗ ଆଲର୍ଟ ଥିଲା । ଶାବକକୁ ଟ୍ରାକିଂ କରିବା ଲାଗି ବନବିଭାଗ କର୍ମଚାରୀଙ୍କୁ ପୂର୍ବରୁ କୁହାଯାଇଥିଲା । ଦୁର୍ବଳତା କାରଣରୁ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏହି ହାତୀ ଶାବକର ମୃତ୍ୟୁ ପରେ ଅଭୟାରଣ୍ୟର ବାକି ହାତୀଙ୍କ ସୁରକ୍ଷା ନେଇ ଏବେ ପ୍ରାଣୀପ୍ରେମୀ ମହଲରେ ଚିନ୍ତା ପ୍ରକାଶ ପାଇଛି । କାରଣ ୬ ମାସ ପୂର୍ବରୁ ଏହି ଅଭୟାରଣ୍ୟର ହାତୀ ମଡ଼କର ଚିତ୍ର ଏବେ ବି ପ୍ରାଣୀ ପ୍ରେମୀ ମହଲରେ ତାଜା ହୋଇ ରହିଛି ।

ପ୍ରକାଶ ଯେ, କର୍ଲାପାଟ ଅଭୟାରଣ୍ୟରେ ଫେବୃୟାରୀ ମାସରେ ମାତ୍ର ୨୦ ଦିନରେ ୭ ଟି ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। କେନ୍ଦ୍ରୀୟ ବିଶେଷଜ୍ଞ ଦଳ ହାତୀ ମଡ଼କର କାରଣ ସେପ୍ଟସେମିଆ ରୋଗ ବୋଲି ରିପୋର୍ଟ ଦେଇଥିଲା । ଏହାପରେ ବନବିଭାଗକୁ ଅଧିକ ସତର୍କ ହେବା ଲାଗି ପରାମର୍ଶ ଦେଇଥିଲା । ହାତୀଙ୍କ ନିୟମିତ ଟ୍ରାକିଂ ସହ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ତେବେ ପୁଣି ଏକ ହାତୀ ଶବକର ମୃତ୍ୟୁ ବନ ବିଭାଗର ଚିନ୍ତା ବଢ଼ାଇଦେଇଛି । ସେପ୍ଟିସେମିଆ ସଂକ୍ରମଣର ନିର୍ଦ୍ଧିଷ୍ଟ ସମୟ ପ୍ରାୟ ୧୪ ଦିନ ରହିଥାଏ, ତେଣୁ ମୃତ ହାତୀ ଶାବକର ମୃତ୍ୟୁ ସେପ୍ଟିସେମିଆ ସଂକ୍ରମଣରେ ହୋଇ ନଥିବା ବୋଲି ବନଖଣ୍ଡ ଅଧିକାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।