PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ, ଘରକୁ ଫେରିଲା ମୃତଦେହ; ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛି ପରିବାର

କାମାକ୍ଷାନଗର, ୨୪।୭ : ପୁଣି ଦାଦନ ଦୁଃଖ। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅଢାପଲ୍ଲି ଗ୍ରାମର ୧୦ ଜଣ ଦାଦନ ଖଟିବାକୁ ଫେବ୍ରୁଆରୀ ମାସରେ ତେଲେଙ୍ଗାନା ଯାଇଥିଲେ।  ସେଠାରେ ଏକ କ୍ରସରରେ ସମସ୍ତେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ରହି କାର୍ଯ୍ୟ କରୁଥିବା ବେଳେ ଗତ ୨୧ ତାରିଖରେ ରୁଷି ମହାନ୍ତଙ୍କ ପୁଅ ବରୁଣ ମହାନ୍ତର ମୃତଦେହ କ୍ରସର ପରିସରରେ ଥିବା ପାଣି ଭିତରୁ ମିଳିଥିଲା। ଏବେ ପୁଅର ମୃତ୍ୟୁ ଖବର ଶୁଣିବା ପରେ ପରିବାରରେ ଦୁଃଖର କଳା ବାଦଲ ଛାଇଯାଇଛି ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ବରୁଣ ଓ ତାଙ୍କ ସାଙ୍ଗ ମାନଙ୍କ ମଧ୍ୟରେ କୌଣସୀ କାରଣକୁ ନେଇ ବଚସା ହୋଇଥିଲା । ଏହାପରେ ସେ ରୁମ୍ ରୁ ବାହାରି ପଳେଇ ଆସିଥିଲେ। ଏହା ପରେ ବରୁଣ ନିଜେ ଅନ୍ୟ ଜଣେ ସହଯୋଗୀଙ୍କୁ ଫୋନ ମାଧ୍ୟମରେ ବଚସା ବିଷୟର ଜଣାଇଥିଲେ। ଏହା ପରେ ଦୀର୍ଘ ସମୟ ଧରି ବରୁଣ ରହୁଥିବା ରୁମକୁ ନଫେରିବାରୁ ସମସ୍ତେ ବରୁଣଙ୍କୁ ବହୁ ଖୋଜାଖୋଜି କରିଥିଲେ । ତେବେ କ୍ରସର ଭିତରେ ଥିବା ଗାଡିଆର ପାଣି ଭିତରୁ ବରୁଣଙ୍କୁ ଉଦ୍ଧାର କରି ତେଲେଙ୍ଗାନାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘଷଣା କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲେ।

କ୍ରସର ମାଲିକ ମେଡିକାଲରେ ପହଞ୍ଚି ପୋଷ୍ଟମର୍ଟମ ପରେ ଏକ ଆମ୍ବୁଲାନ୍ସ ଯୋଗେ ବରୁଣଙ୍କ ମୃତଦେହ ସାଥି ପିଲାଙ୍କ ସହ ଗାଁକୁ ପଠାଇଦେଇଥିଲେ। ଶୁକ୍ରବାର ଅପରାହ୍ନରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ପରିବାର ତରଫରୁ ଏକାଠି ରହୁଥିବା ସାଙ୍ଗମାନେ ହତ୍ୟା କରା ଗାଡିଆରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର