ଧୁଲଧୁଲାରେ ବିଭତ୍ସ ହତ୍ୟାକାଣ୍ଡ: ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ, ବୋହୂ ଗୁରୁତର

ଉଲୁଣ୍ଡା ୨/୦୬: ଉଲୁଣ୍ଡା ଥାନା ଧୁଲଧୁଲା ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି । ଏହି ଘଟଣାରେ ଶ୍ୱଶୁରର ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ଏକ ଟାଙ୍ଗିଆ, ରକ୍ତ ଭିଜା କିଛି କପଡା ପୁଲିସ ଜବତ କରିଛି । ମୃତ ଜଣକ ହେଲେ ଉକ୍ତ ଗାଁର ରାଜକୁମାର ଲୁହା ଏବଂ ଗୁରୁତର ଜଣକ ହେଲେ ଭୂମିସୁତା ଲୁହା ।

ସୂଚନା ଅନୁଯାୟୀ, ରାଜକୁମାରଙ୍କ ସ୍ତ୍ରୀ ଭକ୍ତି ଲୁହା ଆଜି ଭୋରରେ ନୂତନ ଭାବେ ନିର୍ମାଣ କରିଥିବା ଘରକୁ ପାଣି ଦେବାକୁ ଚାଲି ଯାଇଥିଲେ । କିଛି ସମୟ ପରେ ତାଙ୍କ ଜଣେ ପଡୋଶୀ ତୁମ ନାତୁଣୀ କାନ୍ଦୁଛି ବୋଲି ଖବର ଦେଇଥିଲେ । ତୁରନ୍ତ ସେଠାରୁ ଆସି ଦେଖିଲା ପରେ ତାଙ୍କ ସ୍ୱାମୀ ଓ ବୋହୂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଛୁଆଟି କାନ୍ଦୁଥିବା ଦେଖିଥିଲେ । ତୁରନ୍ତ ଉଭୟଙ୍କୁ ଆମ୍ବୁଲାନ୍ସରେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ରାଜକୁମାରଙ୍କୁ ଡାକ୍ତର ମୃତ ଘୋଷାଣା କରିଥିବା ବେଳେ ଭୂମିସୁତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଥିଲେ । ଭୂମିସୁତାଙ୍କ ସ୍ୱାମୀ ଦୀର୍ଘ ୭ମାସ ହେବ ତାମିଲନାଡୁକୁ ଯାଇଥିବା ଜଣାପଡିଛି । ଖବରପାଇ ଉଲୁଣ୍ଡା ପୁଲିସ ଶବ ଜବତ କରିଛି । ଏନେଇ ଭକ୍ତି ତାଙ୍କ ସ୍ୱାମୀଙ୍କୁ ହତ୍ୟା ଏବଂ ବୋହୂଙ୍କୁ ଆକ୍ରମଣ ହୋଇଥିବା ନେଇ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ତେବେ ହତ୍ୟାକାଣ୍ଡଟି କେଉଁ କାରଣକୁ ନେଇ ଘଟିଛି ତାହା ରହସ୍ୟ ଘେରରେ ରହିଛି ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର