ସାମାନ୍ୟ କଥାକୁ ନେଇ ବିବାଦ, ଶେଷରେ ୩ ଜଣଙ୍କ ମୁଣ୍ଡ ଗଲା

ବାନ୍ଦା ୨୨/୧୧: ଉତ୍ତର ପ୍ରଦେଶରେ ଗତ ରାତିରେ ଏକ ବଡ ଘଟଣା ଘଟିଯାଇଛି । ଜଣେ କନଷ୍ଟେବଳ ଓ ତାଙ୍କ ପରିବାରର ୨ ଜଣଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଛି । କୁହାଯାଉଛି କି ନିଜ ଦାଦା ପୁଅ ଭାଇମାନଙ୍କ ସହ ତାଙ୍କର ସାମାନ୍ୟ ବିବାଦ ଥିଲା । କିନ୍ତୁ ବିବାଦ ଏତେ ବଢିଗଲା ଯେ ଗୋଟିଏ ପକ୍ଷର ଲୋକେ ଅନ୍ୟମାନଙ୍କୁ ଆକ୍ରମଣ କରି ପୋଲିସ କନଷ୍ଟେବଳ, ତାଙ୍କ ମା ଓ ଭଉଣୀକୁ ନିର୍ମମ ହତ୍ୟା କରିଦେଲେ । ଘଟଣାର ସୂଚନା ମିଳିବା ପରେ ଆଇଜି, ଡିଏମ ଓ ଏସପି ଭାରୀ ପୋଲିସ କନଷ୍ଟେବଳ ସହିତ ଘଟଣାସ୍ଥଳରେ ପହଞ୍ଚିଲେ । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଫରେନ୍ସିକ୍ ଟିମ୍ ସାହାଯ୍ୟରେ ଘଟଣାସ୍ଥଳରୁ ପ୍ରମାଣ ଏକାଠି କରାଯାଇଛି । ଏହି ପୂରା ମାମଲାରେ ପୋଲିସ ୩ ଆକ୍ରମଣକାରୀଙ୍କୁ ଅଟକ ରଖିଛି । ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ପୋଲିସ କନଷ୍ଟେବଳ ଓ ପରିବାର ସଦସ୍ୟଙ୍କୁ ନିର୍ମମ ହତ୍ୟା
ମାମଲା ବାନ୍ଦା ଥାନା ଅଞ୍ଚଳର ଚମରୋଡି ଅଞ୍ଚଳର । ଏଠାରେ ବିଳମ୍ବିତ ରାତିରେ ପ୍ରୟାରଗାଜରେ ନିୟୋଜିତ କନଷ୍ଟେବଳ  ଅଭିଜିତ୍ ବର୍ମା, ମା ରମାବତୀ ଓ ଭଉଣୀ ନିଶା ବର୍ମାଙ୍କୁ ତାଙ୍କ ଦାଦା ପୁଅ ଭାଇ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ପ୍ରାୟ ଅଧରାତିରେ ଅଭିଜିତଙ୍କ ପରିବାର ଲୋକ ଓ ତାଙ୍କ ଦାଦା ପୁଅ ଭାଇ ଶିବପୁଜନ ଓ ଅନ୍ୟ ଲୋକମାନଙ୍କ ମଧ୍ୟରେ ଅଇଁଠା ଖାଦ୍ୟ ଫୋପାଡିବା ନେଇ ଝଗଡା ହୋଇଥିଲା । ଏହି ସମୟରେ ଦାଦା ପୁଅ ଭାଇ ଅଚାନକ ବାଡି-ତଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରି ସେଠାରୁ ଫେରାର ହୋଇଗଲେ । ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକ୍ଷକ ସିର୍ଦ୍ଧାର୍ଥ ଶଙ୍କର ମୀନା । ତେବେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।