PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଭ୍ୟାକସିନ୍ ଲଗାଇବାକୁ ନେଇ ପାହାଡ ଉପରୁ ଧକ୍କା ଦେଇଥିଲା ସ୍ୱାମୀ, ୨୦୦ ଫୁଟ ତଳୁ ମିଳିଲା ପତ୍ନୀଙ୍କ ମୃତଦେହ

https://navbharattimes.indiatimes.com/

ନୂଆଦିଲ୍ଲୀ ୨୮/୭: ନିଜ ପତ୍ନୀକୁ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ପୋଲିସ । ନିଜ ପତ୍ନୀଙ୍କୁ ଉତ୍ତରାଖଣ୍ଡ ନେଇଯିବା ପରେ ପାହାଡରୁ ଧକ୍କା ଦେଇ ହତ୍ୟା କରିଥିବା ଅଭିଯୋଗରେ ଡାବଡି ଥାନା ପୋଲିସ ଟିମ୍ ମହିଳାଙ୍କ ପତି ରଞ୍ଜିତ ରୟକୁ ଗିରଫ କରିଛି । ମାମଲାର ୪୮ ଘଣ୍ଟା ମଧ୍ୟରେ ସନ୍ଧାନ ପରେ ପୋଲିସ ୨୦୦ ଫୁଟ ଗଭୀରରୁ ମହିଳାଙ୍କ ମୃତଦେହ ଜବତ କରିଛି । କୋର୍ଟରେ ହାଜର ହେବା ପରେ ଜେଲ୍ ଗଲା ଅଭିଯୁକ୍ତ ସ୍ୱାମୀ ।

ଡିସିପି ଦ୍ୱାରକା ସନ୍ତୋଷ କୁମାର ମିଣା କହିଛନ୍ତି ଯେ ଦ୍ୱାରକା କୋର୍ଟଙ୍କ ଆଦେଶ ପରେ ମାମଲାର ଯାଞ୍ଚ କରୁଥିବା ଡାବଡି ଥାନା ପୋଲିସ ଟିମ୍ ଅଭିଯୁକ୍ତ ରଞ୍ଜିତ ରୟକୁ ପଚରାଉଚରା କରିଛି ଏବଂ ପରେ ନୈନିତାଲ ନେଇ ଯାଇଥିଲା । ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ମଧ୍ୟ କରିଥିଲା । ପାହାଡର ପ୍ରାୟ ୨୦୦ ଫୁଟ ତଳେ ଗଭୀର ଖାଇରୁ ମହିଳାଙ୍କ ମୃତଦେହ ଜବତ କରିଥିଲା ପୋଲିସ  ।

କହିରଖୁଛୁ ଡାବଡିରେ ରହୁଥିବା ମହିଳା ଜଣେ ଯୁବକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ । ଏହାପରେ ଅଭିଯୁକ୍ତକୁ ପୋଲିସ ଜେଲ୍ ପଠାଇଥିଲା ।  କିନ୍ତୁ ଏହା ପରେ ମହିଳା କେସ୍ ଫେରାଇ ନେଲେ ଏବଂ କହିଲେ ଯେ ସେ ଅଭିଯୁକ୍ତକୁ ବିବାହ କରୁଛନ୍ତି । କିନ୍ତୁ ବିବାହ କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଲା । ପରିବାରଲୋକେ ମହିଳାଙ୍କୁ ଅଭିଯୁକ୍ତ ରଞ୍ଜିତ ସହିତ ବାହାରକୁ ଛାଡୁନଥିଲେ । କିନ୍ତୁ ଦିନେ ରଞ୍ଜିତ ନିଜ ପତ୍ନୀଙ୍କୁ ଭ୍ୟାକସିନ୍ ଲଗାଇବାକୁ କହି ଉତ୍ତରାଖଣ୍ଡ ନେଇଗଲା । ଏବଂ ସେଠାରେ ନୈନିତାଲରେ ପାହାଡରୁ ତଳକୁ ଧକ୍କା ଦେଇ ହତ୍ୟା କରିଥିଲା ।

ସମ୍ବନ୍ଧିତ ଖବର