୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା

ମଥୁରା- ଉତ୍ତରପ୍ରଦେଶର ମଥୁରାରେ ଲୁଟ୍‌ ପରେ ହତ୍ୟା କରୁଥିବା ଲୁଟେରା ଗ୍ୟାଙ୍ଗର ମୁଖ୍ୟ ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ । ଗତ ୧୦ ଦିନ ମଧ୍ୟରେ ଏହି ଲୁଟେରାମାନେ ତିନ ଜଣଙ୍କୁ ହତ୍ୟା କରିଥିବା କଥା ସାମ୍ନାକୁ ଆସିଥିଲା । ଗତ ୫ ଦିନ ଧରି ଗାୟବ ଥିବା ଜଣେ ମହିଳାଙ୍କ ଶବ ମଧ୍ୟ ପୁଲିସ ଜବତ କରିଥିଲା । ପୁଲିସ ଏହି ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ।

ମାତ୍ର ଦେଢଶହ ଦୁଇଶହ ଟଙ୍କା ପାଇଁ ଏହି ଲୁଟେରାମାନେ ହତ୍ୟା କରୁଥିଲେ । ପ୍ରଥମେ ଯାତ୍ରୀକୁ ଅଟୋରେ ବସାଇବା ପରେ ଏକାନ୍ତ ସ୍ଥାନକୁ ନେଇ ଲୁଟ୍‌ କରୁଥିଲେ । ପୁଲିସ ଏମାନଙ୍କ ବିଷୟରେ ସୂଚନା ପାଇବା ପରେ ଗ୍ୟାଙ୍ଗର ସଦସ୍ୟମାନେ ଲୁଟ୍‌ କରିବା ପାଇଁ ଜମୁନାପାର ଥାନା ଅଞ୍ଚଳରେ ଥିଲେ । ରାତିରେ ବୃନ୍ଦାବନ ଏବଂ ମଥୁରାଥାନାର ପୁଲିସ ଏକା ସାଙ୍ଗରେ ଲୁଟେରାଙ୍କ ଉଫରକୁ କୁଦି ପଡିଥିଲେ । ଲୁଟେରାମାନେ ପୁଲିସ ଉପରକୁ ଗୁଳି ଚଳାଇବା ପାଇଁ ଚେଷ୍ଟା କରିଥିଲେ । ପୁଲିସ ଫାୟାରିଂରେ ୨ ଜଣ ଲୁଟେରା ଆହତ ହୋଇଛନ୍ତି । ତୃତୀୟ ବ୍ୟକ୍ତିକୁ ପୁଲିସ ଗୋଡାଇ ଗୋଡାଇ ଧରିଥିବା ସୂଚନା ଦେଇଛି ।
ଆହତ ହୋଇଥିବା ଦୁଇ ଲୁଟେରାଙ୍କ ନାମ ସଚୀନ ଏବଂ ଧର୍ମେନ୍ଦ୍ର , ତୃତୀୟ ଲୁଟେରା ନାଁ ଶିବମ ।
ଏମାନେ ସିରିୟଲ କିଲର ଗ୍ୟାଙ୍ଗର ସଦସ୍ୟ । ଏମାନେ ଏ ପର୍ଯ୍ୟନ୍ତ ୪ଟି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଏମାନେ ଗ୍ୟାଙ୍ଗ ତିଆରି କରି କାମ କରନ୍ତି । ଏମାନଙ୍କର ମାଷ୍ଟର ମାଇଣ୍ଡ ଫେରାର ଅଛି । ତାହାର ନାମ ରାହୁଲ୍‌ । ଏକୁଟିଆ ଥିବା ମହିଳା କିମ୍ବା ପୁରୁଷଙ୍କୁ ଏମାନେ ଟାର୍ଗେଟ କରିଥାଆନ୍ତି । ନିଛାଟିଆ ସ୍ଥାନକୁ ନେବାପରେ ଲୁଟ୍‌ କରି ସେମାନେ ଗଳାଚିପି ଲୋକଙ୍କୁ ହତ୍ୟା କରିଥାଆନ୍ତି । ଶବକୁ ଯମୁନାରେ ଫିଙ୍ଗି ଏମାନେ ଘଟଣାସ୍ଥଳରୁ ଫେରାର ହୋଇଯାଆନ୍ତି ।

ପ୍ରଥମେ ଫେବ୍ରୁଆରୀମାସରେ ଏମାନେ ଲୁଟ୍ କରିବା ପରେ ଜଣଙ୍କୁ ହତ୍ୟା କରିଥିଲେ । ଗୋବର୍ଦ୍ଧନକୁ ପରିକ୍ରମା କରିବା ପାଇଁ ଆସିଥିବା ବୟସ୍କ ବ୍ୟକ୍ତି ବିଜୟ ପ୍ରତାପଙ୍କୁ ସେ ହତ୍ୟା କରିଥିଲେ । ଏହାପରେ ତାଙ୍କର ଶବକୁ ଫିଙ୍ଗି ଫେରାର ହୋଇଯାଇଥିଲେ। ଏହାପରେ ପୁଣି ନଭେମ୍ବରରେ ଜଣେ ଯାତ୍ରୀଙ୍କୁ ଅଟୋରେ ବସାଇ ତାଙ୍କୁ ରାସ୍ତାରେ ହତ୍ୟା କରିଥିଲେ । ପରେ ଆଉଜଣେ ଯୁବକଙ୍କୁ ହତ୍ୟା କରିଥିଲେ ।