ନୂଆଖାଇ ଭେଟଘାଟ ବେଳେ ହତ୍ୟାକାଣ୍ଡ: ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ୨ଗିରଫ

ରାଉରକେଲା, ୨୬/ ୧୦: ରାଉରକେଲା ବିଶ୍ରା ଥାନା ବାରିଲେପ୍ତା ପଞ୍ଚାୟତ ଗୀର୍ଜାଟୋଲି ଗାଁରେ ଅଘଟଣ। ଗାଁରେ ନୂଆଖାଇ ଭେଟଘାଟ ଚାଲିଥିବା ବେଳେ ଘଟିଲା ହତ୍ୟାକାଣ୍ଡ। ଗ୍ରାମର ସନାତନ ତିଗାରର କାଠ ଫାଳିଆ ମାଡରେ ସଞ୍ଜିତ ଲାକ୍ରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସୂଚନାଥାଉକି, ରବିବାର ବିଳମ୍ବିତ ରାତିରେ ହୋଇଛି ହତ୍ୟାକାଣ୍ଡ। ଗାଁରେ ନୂଆଖାଇ ଭେଟଘାଟର ଆୟୋଜନ ହୋଇଥିଲା। ନୂଆଖାଇ ଭେଟଘାଟ ଭୋଜିରେ ସମସ୍ତେ ଖାଇସାରିବା ପରେ ନିଶାସକ୍ତ ଅବସ୍ଥାରେ ସେହି ଗାଁର ସନାତନ ତିଗାର ସହ ସଞ୍ଜିତ ଲାକ୍ରା ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେଇଥିଲା। ସନାତନ ତିଗାରର କାଠ ଫାଳିଆ ମାଡରେ ସଞ୍ଜିତ ଲାକ୍ରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଖବର ପାଇ ଆଜି ସକାଳୁ ବିଶ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କାଠ ଫାଳିଆ ଜବତ କରିବା ସହ ଅଭିଯୁକ୍ତ ସନାତନ ତିଗାର ସହ ତାଙ୍କ ବନ୍ଧୁ ଆଲୋକ ତିର୍କିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

ଯୁବତୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା, ଝିଅର ପରିବାର ଲୋକ ଅଭିଯୁକ୍ତ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିବା ପରେ ମଳ ଖୁଆଇଲେ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ