PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ: ଜଣେ ମୃତ, ଦମ୍ପତି ଗୁରୁତର

ସମ୍ବଲପୁର: ସୋମବାର ବିଳମ୍ବିତ ରାତିରେ ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଲା ହରିଓଁ ନଗରରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ପରସ୍ପରର ଆକ୍ରମଣ, ପ୍ରତି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଧନୁପାଲି ଥାନା ଚାରଭାଟିର ଦୀପକ ଯାଦବ (୨୫) । ଆହତ ହେଉଛନ୍ତି ହରିଓଁ ନଗରର ବିନିତ ପରଡ଼ିଆ ଓ ତାଙ୍କ ପତ୍ନୀ । ଘଟଣାରେ ଦୀପକଙ୍କ ବାପା ଅଜୟ ଯାଦବଙ୍କ ଏତଲାକ୍ରମେ ଧନୁପାଲି ପୁଲିସ୍‌ ଆହତ ବିନିତ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛି ।

ଏହି ବିଭତ୍ସ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପରକୀୟା ପ୍ରୀତିରୁ ଘଟିଥିବା ପୁଲିସ୍‌ ଆଶଙ୍କା କରୁଛି । ତଦନ୍ତ ଶେଷ ହେବା ଯାଇ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି । ଦୀପକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଦୀପକ ଜଣେ ଶିକ୍ଷିତ ଯୁବକ ହୋଇଥିବା ବେଳେ ବିହାର ପୁଲିସ୍‌ରେ ଭର୍ତ୍ତି ହେବାକୁ ସେ ପ୍ରସ୍ତୁତି ଚଳାଇଥିଲେ । ସମ୍ପର୍କୀୟ ବିନିତ ହରିଓଁ ନଗରରେ ନିଜ ପରିବାରକୁ ନେଇ ରହୁଥିବା ବେଳେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ ।

ସୋମବାର ରାତି ପ୍ରାୟ ସାଢ଼େ ୧୧ଟାରେ ବିନିତ ଅଟୋ ଚଳାଇ ଘରକୁ ଫେରି ଘରେ ଦୀପକଙ୍କୁ ଦେଖିଥିଲେ । ଏହି ସମୟରେ ବିନିତଙ୍କ ଘରେ ତାଙ୍କ ପତ୍ନୀ ଓ ୧୦ ମାସର ଶିଶୁ ରହିଥିଲେ । ଘର କବାଟ ଭିତରୁ ବନ୍ଦ ଥିବାରୁ ଏହାକୁ ନେଇ ବିନିତ ଓ ଦୀପକଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏଭଳି ଉଗ୍ର ରୂପ ନେଇଥିଲା ଯେ ଏକଦା ପରସ୍ପରକୁ ମାମୁ, ଭଣଜା ବୋଲାଉଥିବା ବିନିତ ଓ ଦୀପକ ରକ୍ତମୁଖା ହୋଇଯାଇଥିଲେ । ଘରେ ଥିବା ଧାରୁଆ ଭୁଜାଲି ଓ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ । ଦୀପକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଶରୀରରେ ୨୦ରୁ ଅଧିକ ସ୍ଥାନରେ ଭୁଜାଲି ଚୋଟ ମଧ୍ୟ ଲାଗିଛି । ତେଣୁ ଦୀପକଙ୍କୁ ଠେଙ୍ଗାରେ ଆକ୍ରମଣ ପରେ ଭୁଜାଲିରେ ଚୋଟ ମରାଯାଇଥିବା ପୁଲିସ୍‌ ଆଶଙ୍କା କରୁଛି ।

ସେପଟେ, ପ୍ରତି ଆକ୍ରମଣରେ ବିନିତ ମଧ୍ୟ ଲହୁଲୁହାଣ ହୋଇଥିଲେ । ତାଙ୍କ ବାମ ହାତର କହୁଣୀ ନିକଟରେ ଭୁଜାଲି ମାଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏହି ରକ୍ତାକ୍ତ ସଂଘର୍ଷ ଛଡ଼ାଇବାକୁ ଉଦ୍ୟମ କରିଥିବା ବିନିତଙ୍କ ପତ୍ନୀଙ୍କ ଶରୀରରେ ମଧ୍ୟ ଆଘାତ ଲାଗିଛି । ଘଟଣାରେ ଶିଶୁ ପୁତ୍ରର କୌଣସି କ୍ଷତି ହୋଇନାହିଁ । ସୋମବାର ବିଳମ୍ବିତ ରାତିରେ ଚାଲିଥିବା ଏହି ରକ୍ତାକ୍ତ ସଂଘର୍ଷ ପ୍ରାୟ ଗୋଟାଏ ବେଳେ ଥମିଥିଲା । ଉଭୟ ଦୀପକ ଓ ବିନିତ ଭୂଇଁରେ ଲୋଟି ପଡ଼ିଥିବା ବେଳେ ଘର ଚଟାଣ ରକ୍ତାକ୍ତ ହୋଇଥିଲା । କେହି ବ୍ୟକ୍ତି ଏନେଇ ପୁଲିସ୍‌ ଓ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ଆମ୍ବୁଲାନ୍ସ ୩ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଦୀପକକୁ ମୃତ ଘୋଷଣା କରିଥିଲେ । ଅପରପକ୍ଷେ, ବିନିତ ଓ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ବଡ଼ ଡାକ୍ତରଖାନାରେ ପୁଲିସ୍‌ର ଏକ ଟିମ୍‌ ଉଭୟ ଅଭିଯୁକ୍ତଙ୍କୁ ଜଗି ରହିଛି।