ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ପାଟଣା- ବେଳେ ବେଲେ ଏପରି ଅଭାବନୀୟ ଘଟଣା ଘଟିଥାଏ । ପୁଲିସ ହତ୍ୟାର ଏକ ଘଟଣାକୁ ତଦନ୍ତ କରୁଥିବା ବେଳେ ନିଜେ ହତ୍ୟାକାରୀ ହିଁ ହତ୍ୟା ବିଷୟରେ ପୁଲିସରେ ଅଭିଯୋଗ କରିଥିବା ଜାଣିବା ପାଇଁ ପାଇଥିଲା । ମାତ୍ର ୫ ଦିନ ତଳେ ମଭେମ୍ବର ୨୫ ତାରିଖରେ ପଟବାଇ ଥାନା ଅଞ୍ଚଳର ନିସ୍ୱା ଗାଁରେ ଏକ ହତ୍ୟା ବିଷୟରେ ଅଭିଯୋଗ ହୋଇଥିଲା । ପ୍ରେମ ସିଂ ନାମକ ବ୍ୟକ୍ତି ଥାନାରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥିବା କଥା କହିଥିଲେ । ଅଜ୍ଞାତ ଲୋକମାନେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ସେ ଅଭଯୋଗ କରିଥିଲେ ।

Also Read –ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ପୁଲିସ ଗାଁରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଏ ବିଷୟରେ ଅନୁସନ୍ଧାନ କରିବା ବେଳେ ଅଭିଯୋଗ କରିଥିବା ପ୍ରେମ ସିଂ ସେହି ସମୟରେ କ୍ଷେତରେ ଥିବା କଥା କହିଥିଲା । ପୁଲିସ ତଦନ୍ତ କରିବା ସମୟରେ ପ୍ରେମ ସିଂର କଥାରେ ତାଳ ମେଳ ରହୁ ନଥିବା ଦେଖି ତାକୁ ପଚରା ଉଚରା କରିଥିଲା ।

Alos Read – ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ତଦନ୍ତ ବେଳେ ପୁଲିସ ପ୍ରେମ ସିଂତାହାର ଶଳା ଏବଂ ସମ୍ପକୀୟର ହତ୍ୟା ମାମଲାରେ ଜେଲ୍‌ ଯାଇଥିବା କଥା ଜାଣିବା ପାଇଁ ପାଇଥିଲା । ଏହାପରେ ଶଳାର ଝିଅ ତା ଘରେ ଆସି ରହଥିଲା । ଶଳାର ଝିଅ ସହ ତାହାର ସମ୍ପର୍କ ଗଢି ଉଠିଥଇଲା । ତାହାର ପତ୍ନୀକୁ ଏ କଥା ଜଣା ପଡିବା ପରେ ସେ ଏହାର ବିରୋଧ କଲା । ଏଥିପାଇଁ ଦୁଇ ଜଣଙ୍କର ଅନେକ ଥର ଝଗଡା ହୋଇଥିଲା ।

ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଶୀର୍ଷାସନ : ଫଟୋ ସେୟାର କରି ଲେଖିଲେ, ‘ଡାକ୍ତର କହିଥିଲେ…’

ପରେ ପ୍ରେମ ସିଂ ତାକୁ ରାସ୍ତାରୁ ହଟାବା ପାଇଁ ହତ୍ୟା କରିଥିଲା। ପୁଲିସ ତାକୁ ପଚରା ଉଚରା କରିବା ସମୟରେ ସେ ଦୋଷ ସ୍ୱୀକାର କରିଥିଲା । ପୁଲିସ ପ୍ରେମ ସିଂକୁ ଗିରଫକରି ଜେଲ୍‌କୁ ପଠାଇ ଦେଇଛି ।