ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଗୁରୁବାର ପଦ୍ମ ଧରିବେ ସାଂସଦ ଭର୍ତ୍ତୃହରି ମହତାବ ! ମିଳିପାରେ କଟକ ଲୋକସଭା ପ୍ରାର୍ଥୀ ଟିକେଟ୍
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ଓଡ଼ିଶାରେ ହାଭେଲ୍ସ ଆଲ୍‌କାଲାଇନ୍‌ ୱାଟର ପ୍ୟୁରିଫାୟର

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଅଗ୍ରଣୀ ଏଫ୍‌ଏମ୍‌ସିଜି ଓ ଉପଭୋକ୍ତା ସାମଗ୍ରୀ କମ୍ପାନି ହାଭେଲ୍ସ ଇଣ୍ଡିଆ ଓଡ଼ିଶାରେ ନୂଆ ପ୍ରଯୁକ୍ତିଭିତ୍ତିକ ଆଲ୍‌କାଲାଇନ୍‌ ଆର୍‌ଓ ୱାଟର ପ୍ୟୁରିଫାୟର ଛାଡ଼ିଛି । ୫୦%ରୁ ଅଧିକ ଜଳ ଫେରସ୍ତ (ରିକଭରି) କରୁଥିବା ଏହି ୱାଟର ପ୍ୟୁରିଫାୟରକୁ ହାଭେଲ୍ସ ଇଣ୍ଡିଆ ଉପ ସଭାପତି ଶଶାଙ୍କ ଶ୍ରୀବାସ୍ତବ ବଜାର ପ୍ରବେଶ କରାଇଛନ୍ତି ।
ଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ପାରମ୍ପରିକ ଆର୍‌ଓ ୱାଟର ପ୍ୟୁରିଫାୟର ଭିତରକୁ ପଶୁଥିବା ୭୦% ଜଳର ପ୍ରକ୍ରିୟାକରଣ କରେ ଓ ୩୦% ପାଣିକୁୁ ରିକଭରି ବା ଫେରସ୍ତ କରିଥାଏ । କିନ୍ତୁ ଆଜି ଓଡ଼ିଶାରେ ବଜାର ପ୍ରବେଶ ହୋଇଥିବା ହାଭେଲ୍ସର ସଦ୍ୟତମ ଡିଲାଇଟ୍‌ ଆଲ୍‌କାଲାଇନ୍‌ ଆର୍‌ଓ ୱାଟର ପ୍ୟୁରିଫାୟର ଅତିକମ୍‌ରେ ଭିତରକୁ ପଶୁଥିବା ୫୦% ପାଣିର ପ୍ରକ୍ରିୟାକରଣ କରିଥାଏ ଓ ସେଥିରେ ଆବଶ୍ୟକୀୟ ଖଣିଜ ପ୍ରବେଶ କରାଏ । ଫଳରେ ଉପଭୋକ୍ତାଙ୍କ ନିକଟରେ ଅଧିକ ଗୁଣାତ୍ମକ ପୁଷ୍ଟିଯୁକ୍ତ ସ୍ୱାସ୍ଥ୍ୟକର ଓ ବିଶୋଧିତ ଆଲ୍‌କାଲାଇନ୍‌ ପାଣି ପହଞ୍ଚାଇଥାଏ ।

ସେ କହିଛନ୍ତି, ଯଦିଓ ବିଶୁଦ୍ଧ ପାନୀୟ ଜଳ ର‌୍ୟାଙ୍କିଙ୍ଗ୍‌ରେ ମୁମ୍ବାଇ ପରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି, ରାଜ୍ୟର ପାଣିରେ ବହୁମାତ୍ରାରେ ଫ୍ଲୋରାଇଡ୍‌ ଓ ଲୁହାପଥର କଣିକା ରହୁଛି । ଏହାସହ ରାଜ୍ୟର ବହୁ ନଦୀର ପାଣି ଦୂଷିତ । ଏସବୁକୁ ଦୃଷ୍ଟିରେ ରଖି ହାଭେଲ୍ସ ଓଡ଼ିଶାକୁ ନୂଆ ହାଇ ରିକଭରି ଆଲ୍‌କାଲାଇନ୍‌ ଆର୍‌ଓ ୱାଟର ପ୍ୟୁରିଫାୟର ଛାଡ଼ିଛି ।
ବର୍ତ୍ତମାନ ସମୟରେ ଓଡ଼ିଶାର ୱାଟର ପ୍ୟୁରିଫାୟର ଶିଳ୍ପ ୩୫ରୁ ୪୦ କୋଟି ଟଙ୍କାରେ ପହଞ୍ଚିଛି । ତେବେ ରାଜ୍ୟରେ ୱାଟର ପ୍ୟୁରିଫାୟର ସାନ୍ଦ୍ରତା ଢେର୍‌ କମ ରହିଛି । ମୋଟ ୱାଟର ପ୍ୟୁରିଫାୟର ବ୍ୟବହାରରେ ଉପକୂଳ ଓଡ଼ିଶା ଏକାକୀ ୪୫-୫୦% ଅଂଶୀଦାର ରହିଛି । ରାଜ୍ୟର ୱାଟର ପ୍ୟୁରିଫାୟର ମାର୍କେଟରେ ହାଭେଲ୍ସ ୧୦% ଅଂଶୀଦାର ରହିଛି । ନିଜର ନୂଆ ଆଲ୍‌କାଲାଇନ୍‌ ରେଞ୍ଜ ଆର୍‌ଓ ୱାଟର ପ୍ୟୁରିଫାୟର ଜରିଆରେ ଏହା ରାଜ୍ୟରେ ନିଜ ବ୍ୟବସାୟକୁ ଦ୍ୱିଗୁଣା କରିବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ଶ୍ରୀବାସ୍ତବ କହିଛନ୍ତି । ଏ ଅବସରରେ ହାଭେଲ୍ସ ଇଣ୍ଡିଆ କର୍ପୋରେଟ କମ୍ୟୁନିକେସନ୍ସ ଉପ ସଭାପତି ଅନିଲ ଶର୍ମା, ଓଡ଼ିଶା ବ୍ୟବସାୟ ମୁଖ୍ୟ ଦେବାଶିଷ ମିତ୍ର ଓ ମନୋଜ ପଲେଇ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.