PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

HDFC ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଦେଲା ଏମିତି ପରାମର୍ଶ, ନମାନିଲେ ଫସିବେ…

https://zeenews.india.com/

ନୂଆଦିଲ୍ଲୀ ୩/୬: ଏଚଡିଏଫସି ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନଲାଇନରେ ହେଉଥିବା ଠକାମିରୁ ରକ୍ଷା ପାଇବା ପାଇଁ ‘ମୁହଁ ବନ୍ଦ’ ରଖିବାକୁ ପରାମର୍ଶ ଦେଇଛି । ବ୍ୟାଙ୍କ ପରାମର୍ଶ ଦେଇଛି ଯେ କିଛି ସାଇବର ଠକ ବ୍ୟାଙ୍କର ନକଲି କଷ୍ଟମର କେୟାର ଅଧିକାରୀ ସାଜି ଗ୍ରାହକଙ୍କୁ ଭକୁଆ ବନାଉଛନ୍ତି ଏବଂ ସେମାନଙ୍କ କଷ୍ଟ ଅର୍ଜିତ ଧନକୁ ହରଣଚାଲ କରୁଛନ୍ତି । ଏଥିପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ବ୍ୟାଙ୍କ ।

HDFC ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି କହିଛି ଯେ ‘କଣ ଆପଣଙ୍କୁ ଫିକ୍ସ୍ଡ ଡିପୋଜିଟ୍/ରେକରିଂ ଡିପୋଜିଟ୍ ନେଣଦେଣର କୌଣସି ମେସେଜ ମିଳିଛି କି ଯାହା ଆପଣ କରିନାହାଁନ୍ତି ? ଠକମାନେ ନକଲି ହେଲ୍ପଲାଇନ୍ ନମ୍ବର ବ୍ୟବହାର କରି ଲୋକଙ୍କଠୁ ତାଙ୍କ ବ୍ୟାଙ୍କିଂ ସୂଚନା ପାଇଂ ସ୍କ୍ରିନ୍ ସେୟାରିଂ ଆପ୍ ଡାଉନଲୋଡ୍ କରିବାକୁ କହୁଛନ୍ତି । ଏଥିପାଇଁ ଏବେ ଠକମାନେ କଲ୍ କଲେ #MoohBandRakho ଅଭ୍ୟାସ କରନ୍ତୁ ।’

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମ ଅନୁସାରେ କୌଣସି ବି ବ୍ୟାଙ୍କ ଗ୍ରାହକଙ୍କୁ ଅନଅଥୋରାଇଜ୍ଡ ଥାର୍ଡ ପାର୍ଟି ଆପକୁ ଡାଉନଲୋଡ୍ କରିବାକୁ କହିପାରିବେନି । କିମ୍ବା ଓଟିପି ମଧ୍ୟ ମାଗିପାରିବନି । ଯଦି ଆପଣଙ୍କୁ କେହି କଲ୍ କରି ବ୍ୟାଙ୍କରୁ କହୁଛି ବୋଲି କହି କୌଣସି ଆପ୍ ଡାଉନଲୋଡ୍ କରିବା ପାଇଁ କହୁଛି କିମ୍ବା ଓଟିପି ମାଗୁଛି ତେବେ ଜାଣିଦିଅନ୍ତୁ ତାହା ଠକଙ୍କ ଫୋନ୍ ଏବଂ ତୁରନ୍ତ ଏହାର ସୂଚନା ସାଇବର ସେଲକୁ ଦିଅନ୍ତୁ ।

କହିରଖୁଛୁ କରୋନା ସମୟରେ ଲୋକମାନେ କ୍ୟାଶ୍ ବଦଳରେ ଅନଲାଇନ୍ ମନି ଟ୍ରାନ୍ସଫରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଠକମାନେ ଏହାର ଫାଇଦା ଉଠାଉଛନ୍ତି । ଗତ ବର୍ଷ ଆକଳନ ଉପରେ ନଜର ପକାଇବା ତ ଏପ୍ରିଲ-ଜୁନ୍ ୨୦୨୦ରେ ୧୯,୯୬୪ କୋଟି ଟଙ୍କାର ୨୮୬୭ ଠକେଇ ମାମଲା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର