ଭରି ଗଲା ବିଶ୍ବର ସବୁଠାରୁ ବଡ଼ ଓଜୋନସ୍ତରର ରନ୍ଧ୍ର, ଆର୍କଟିକରୁ ଖୁସି ଖବର

ନୂଆଦିଲ୍ଲୀ,୨୮।୪: ଆର୍କଟିକକୁ ନେଇ ଏକ ଖୁବ୍ ଭଲ ଖବର ସାମନାକୁ ଖସିଛି। ତାହା ହେଲା ବାତାବରଣର ଅସମାନ୍ୟ ସ୍ଥିତି କାରଣରୁ ଆର୍କଟିକ ଉପରେ ତିଆରି ହୋଇଥିବା ଓଜୋନ ସ୍ତରର ସବୁଠାରୁ ବଡ ରନ୍ଧ୍ର ଭରିଯାଇଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ୧୦ ଲକ୍ଷ ବର୍ଗ କିଲୋମିଟର ଚଉଡା ଏହି ଓଜନ ରନ୍ଧ୍ର ବନ୍ଦ ହୋଇଯାଇଛି। ଏ ବିଷୟରେ ୟୁରୋପିଆନ ସେଣ୍ଟର ଫର ମିଡିୟମ ରେଞ୍ଜ ଓ୍ବେଦର ଫରକାଷ୍ଟ  (ECMWF)  ର ପାଣିପାଗ ସମ୍ପର୍କୀୟ ସେବା ପକ୍ଷରୁ କୁହାଯାଇଛି।

କପରନିକସ୍ କ୍ଲାଇମେଟ୍ ଚେଞ୍ଚ ସର୍ଭିସ(c3s) ଓ କପରନିକସ୍  ଆଟମୋସ୍ପିୟର ମନିଟରିଂ ସର୍ଭିସ(CAMS)ର ତାଜା ଗତିବିଧି ଅନୁସାରେ କୁହାଯାଇଛି ଯେ, ଏହା ଅଦ୍ଭୁତପୂର୍ବ। କପରନିକସ୍ ECMWF ଟ୍ବିଟ୍ କରିଛି ଯେ, ଅଦ୍ଭୁତପୂର୍ବ ୨୦୨୦ ଉତ୍ତର ଅକ୍ଷାଶଂର ଓଜୋନ ସ୍ତର ରନ୍ଧ୍ର ବନ୍ଦ ହୋଇଯାଇଛି। ପୋଲାର ଓ୍ବାରଟେକ୍ସ ସ୍ଲିପଟରୁ ଆଣ୍ଟାର୍କଟିକାରେ ଓଜୋନ ସ୍ତର ହାଓ୍ବା ଆସୁଛି, ଯାହାକି ଗତ ସପ୍ତାହର ପୂର୍ବାନୁମାନର ନିକଟତର ରହିଛି। ଏହି ସମ୍ଭାବନା କପରନିକସ୍ ଆଟମୋସ୍ପିୟର ମନିଟରିଂ ସର୍ଭିସ ଜଣାଇଥିଲା।

ଓଜୋନ ସ୍ତର କାରଣରୁ ପୃଥିବୀ ଉପରେ ସୂର୍ଯ୍ୟଙ୍କର ଅଲଟ୍ରା ଭାଇଲେଟ୍ ଲାଇଟ୍ ବା ଅତିବାଇଗଣୀ ରଶ୍ମୀଠାରୁ ରକ୍ଷା କରିଥାଏ। ଏହି ରେଡିଏସନ୍ ସ୍କିନ୍ କ୍ୟାନ୍ସରର କାରଣ ବୋଲି କୁହାଯାଏ। ୭୦ ଦଶକରେ ବୈଜ୍ଞାନିକମାନେ ପାଇଥିଲେ ଯେ, ମାନବ ଜାତିର ଗତିବିଧିର କାରଣ ଓଜୋନ ସ୍ତରରେ ହ୍ରସ ଘଟୁଛି। ଯେଉଁ କାରଣରୁ ପୃଥିବୀ ଉପରେ ମୃତ୍ୟୁର ବିପଦ ବଢିଯାଇଛି।

ଏକ ରିପୋର୍ଟ ଅନୁସାରେ, ମାର୍ଚ୍ଚରେ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ ଯେ, ଉତ୍ତର ଧ୍ରୁବରେ ଓଜୋନରେ ପୁଣି ସ୍ତର ତିଆରି ହେଉଛି। ସେତେବେଳେ କୁହାଯାଇଥିଲା ଯେ, ତାପମାତ୍ରା କମ୍ ହେବା କାରଣରୁ ଏଭଳି ହୋିଛି। ଏହି ଓଜୋନର ସବୁଠାରୁ ବଡ ରନ୍ଧ୍ର ବୋଲି କୁହାଯାଇଥାଏ। ଯଦି ଏହା ଦକ୍ଷିଣ ପଟକୁ ବତେ ତେବେ ଏହା ବହୁତ ବଡ ବିପଦ ପ୍ରମାଣିତ ହୋଇପାରେ। ତେବେ ବୈଜ୍ଞାନିକମାନଙ୍କ ମତରେ ସ୍ତର ଭରିବାର କାରଣ କରୋନା ଭାଇରସ ପାଇଁ କରାଯାଇଥିବା ଲକଡାଉନ୍ କାରଣରୁ ହୋଇ ନାହିଁ।

   ସମ୍ବନ୍ଧିତ ଖବର


୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ

ସାଙ୍ଘାତିକ ରୂପ ନେଉଛି କରୋନାର ଦ୍ବିତୀୟ ଲହର, ପୁଣି ଲକଡାଉନ୍ ପ୍ରସ୍ତୁତିରେ ଏହି ୩ ଦେଶ