ଭାରତରେ କରୋନାକୁ ହରାଇଲେ ୧୦୬ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ,୭।୫: କରୋନା ମହାମାରୀ ସାରା ବିଶ୍ବରେ ଭୟଙ୍କର ରୂପ ନେଇଛି।  ସାରା ବିଶ୍ବରେ ପ୍ରାୟ ୩.୮ ନିୟୁତ ଲୋକ କରୋନା ମହାମାରୀରେ ଆକ୍ରାନ୍ତ ହୋଇସାରିଲେଣି। ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇଛି। ତେ​‌ବେ ଏହି ଭୟର ବାତାବରଣ ଭିତରେ ଏଭଳି କିଛି ସକାରତ୍ମକ ଖବର ଶୁଣିବାକୁ ମିଳେ, ଯାହାକି ଅନ୍ୟମାନଙ୍କ ମନ ଭିତରେ ଆଶାର ସଞ୍ଚାର ସୃଷ୍ଟି କରିପାରିବ। କରୋନ ସହ ଲଢି ଭାରତର ଜଣେ ୧୦୬ ବର୍ଷୀୟ ବୃଦ୍ଧ ଜିତିଯାଇଛନ୍ତି। ଏହି ବ୍ୟକ୍ତିଜଣକ ହେଉଛନ୍ତି ଦିଲ୍ଲୀର ମୁଖତାର ଅହମ୍ମଦ ।

ସେଣ୍ଟ୍ରାଲ ଦିଲ୍ଲୀର ନଓ୍ବାବଗଞ୍ଜରେ ବାସ କରୁଥିବା ମୁଖତାର ଗତ ୧୪ ତାରିଖରେ ରାଜୀବ ଗାନ୍ଧି ସୁପର ସ୍ପେସାଲିଷ୍ଟ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଗତ ମଇ ୧ ତାରିଖରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଅହମ୍ମଦଙ୍କ ତାଙ୍କ ପୁଅଙ୍କଠାରୁ କରୋନା ସଂକ୍ରମିତ ହୋଇଥିଲେ। ଏଭଳି ଏକ ପ୍ରାଣଘାତୀ ଭାଇରସ୍ କବଳରୁ ରକ୍ଷା ପାଇଥିବାରୁ ଅହମ୍ମଦଙ୍କୁ ହସ୍ପିଟାଲର ଡାକ୍ତରମାନେ ଖୁବ୍ ପ୍ରଶଂସା କରିଛନ୍ତି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ କେରଳର ଏକ ଦମ୍ପତ୍ତି ୯୩ ବର୍ଷୀୟ ଥୋମାସ୍ ଓ ୮୮ ବର୍ଷୀୟ ମାରିୟମ ମଧ୍ୟ କରୋନାକୁ ହରାଇଥିଲେ। କରୋନା ଭାଇରସ ସଂକ୍ରମଣ ହେବାପରେ ମଧ୍ୟ ସାହାସର ସହ ଲଢେଇ କରି ନିଜକୁ ବଞ୍ଚାଇ ପାରିବାରେ ସକ୍ଷମ ହୋଇଥିଲେ।

   ସମ୍ବନ୍ଧିତ ଖବର


ନୂଆ ବର୍ଷ ପୂର୍ବରୁ ବିଦା ହେବେ ଅପାରଗ ସରକାରୀ ବାବୁ: ଦକ୍ଷଙ୍କୁ ମିଳିବ ପଦୋନ୍ନତି ଓ ପ୍ରୋତ୍ସାହନ ରାଶି, ଠକଙ୍କୁ ବାଧ୍ୟତାମୂଳକ ଅବସର

ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା: ୩୮ ମଣ୍ଡପରେ ପୂଜା ପାଇବେ ପଦ୍ମାଳୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ନଭେମ୍ବର ୧ରୁ ଉତ୍ତରରେ, ୩ରେ ଉପକୂଳରେ ବର୍ଷା ସମ୍ଭାବନା

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି