ଇଣ୍ଟରଭ୍ୟୁକୁ ଡାକି ହୋଟେଲରେ ଛତିଶଗଡ଼ର ଯୁବତୀଙ୍କୁ ଦୁଷ୍କର୍ମ: ସତ୍ୟ ମାଇକ୍ରୋ କ୍ୟାପିଟାଲ ଫାଇନାନ୍ସ ସଂସ୍ଥାର ମୁଖ୍ୟ ଗିରଫ

ଭୁବନେଶ୍ବର ୩।୯:  ଚାକିରୀ ଦେବା ବାହାନାରେ ଛତିଶଗଡ଼ରୁ ଭୁବନେଶ୍ବର ଆସିଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ  ସତ୍ୟ ମାଇକ୍ରୋ କ୍ୟାପିଟାଲ ଫାଇନାନ୍ସର ମୁଖ୍ୟ ଜୟ କୁମାରକୁ ପୋଲିସ୍ ଗିରଫ କରିଛି ।

 ସୂଚନାଯୋଗ୍ୟ ଯେ ସତ୍ୟ ମାଇକ୍ରୋ ଫାଇନାନ୍ସ କମ୍ପାନୀର ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା। ବିଜ୍ଞାପନ ଦେଖି ସାକ୍ଷାତକାର ପାଇଁ  ଛତିଶଗଡ଼ର ଜଣେ ଯୁବତୀ ଭୁବନେଶ୍ବର ଆସିଥିଲେ। ଭୁବନେଶ୍ବର ଧଉଳିଠାରେ ତାଙ୍କର ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁବତୀ ଜଣକ କଟକ ରୋଡ଼ର ଏକ ହୋଟେଲରେ ରହୁଥିଲେ। ସାକ୍ଷାତକାର ପରୀକ୍ଷା ପରେ ସେଠାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।

ଅଭିଯୋଗପରେ ଲକ୍ଷ୍ମୀସାଗର ପୋଲିସ୍ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଥିଲା। ଏଥିସହ ଘଟଣାର ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ସତ୍ୟ ମାଇକ୍ରୋ କ୍ୟାପିଟାଲ ମୁଖ୍ୟ ଜୟ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବରର ଲକ୍ଷ୍ମୀସାଗର ପୋଲିସ୍।

   ସମ୍ବନ୍ଧିତ ଖବର


କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…