ଅମୃତଭଣ୍ଡା : ଶରୀର ପାଇଁ ଲାଭ ଦାୟକ, ମୋଟାପାରୁ ଆରମ୍ଭ କରି ଡେଙ୍ଗୁ ଭଳି ରୋଗକୁ କରିଦେବ ଗାଏବ

ଅମୃତଭଣ୍ଡାରେ ଶରୀର ପାଇଁ ଖୁବ୍ ଲାଭ ଦାୟକ। ଅମୃତଭଣ୍ଡାରେ ଖୁବ୍ କମ୍ ପରିମାଣର କ୍ୟାଲୋରୀ ରହିଥାଏ । ଏହାକୁ ନିୟମିତ ଭାବେ ଖାଇଲେ ମୋଟାପା କମ୍ ହୋଇଥାଏ । ତେଣୁ ସକାଳ ଜଳଖିଆରେ ଫାଷ୍ଟଫୁଡ୍ ନ ଖାଇ ଅମୃତଭଣ୍ଡା ଖାଇବା ଅଭ୍ୟାସ କରିବା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଭଲ। କେବଳ ସେତିକି ନୁହେଁ, ଏହି ଫଳ ଭିତରେ ଯେତିକି ପରିମାଣର ମଞ୍ଜି ରହିଥାଏ ପ୍ରାୟ ସେତିକି ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାକୁ ଏହା ଦୂର କରିଥାଏ।

ଅମୃତଭଣ୍ଡାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ଶରୀରରେ କୋଲୋଷ୍ଟେରୋଲ୍ର ସ୍ତରକୁ କମ୍ କରିଥାଏ ଏବଂ ରକ୍ତ ଜମାଟ ହେବାକୁ ଦିଏ ନାହିଁ । ଫଳରେ ହୃଦରୋଗର ଆଶଙ୍କା କମିଯାଏ ।

-ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ରହିଥାଏ । ଦୃଷ୍ଟିଶକ୍ତି ପାଇଁ ଏହା ଖୁବ୍ ଭଲ । ସେହିପରି ଏହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ ।

– ଅମୃତଭଣ୍ଡା ପତ୍ରର ରସ ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏଥିରେ ଭିଟାମିନ୍ ଏ, ସି, ଡି, ଇ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଥାଏ । ଡେଙ୍ଗୁ ରୋଗରେ ପୀଡ଼ିତ ଥିଲେ ନିୟମିତ ଭାବେ ଅମୃତଭଣ୍ଡା ପତ୍ରର ରସ ପିଅନ୍ତୁ । ତେବେ ଡେଙ୍ଗୁ ରୋଗୀମାନଙ୍କୁ  ଅମୃତଭଣ୍ଡା ପତ୍ରର ଜୁସ୍‌ ପିଇବାକୁ ପରାମର୍ଶ ଦିଆଯାଇଥାଏ।

-ଆର୍ଥରାଇଟିସ୍ ସମସ୍ୟା ଥିଲେ ନିୟମିତ ଭାବେ ଅମୃତଭଣ୍ଡା ଖାଆନ୍ତୁ। ଏହା ହଜମ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ ।

-ହଜମ ପାଇଁ ଏହି ପତ୍ରର ଜୁସ୍‌ ଖୁବ୍‌ ଭଲ। ଏହା ପେଟ ଜନୀତ ଯେକୌଣସି ସମସ୍ୟା ପାଇଁ ଭଲ। ଗ୍ୟାସ, ପେଟ କାମୁଡ଼ା ଆଦି ସମସ୍ୟା ରହିଥିଲେ ଏହି ଜୁସ୍‌ ପିଇବା ଦ୍ୱାରା ଦୂର ହୋଇଥାଏ।

-ଏହାବ୍ୟତୀତ ରକ୍ତଚାପ, ମହିଳାମାନଙ୍କ ମାସିକ ଧର୍ମ ସଂପର୍କିତ ପୀଡ଼ା, ତ୍ୱଚା ସମସ୍ୟା, କେଶ ସମସ୍ୟା, କର୍କଟ ଆଦି ସମ୍ଭାବନାକୁ ବି ଦୂର କରେ।

   ସମ୍ବନ୍ଧିତ ଖବର


ରୋଷେଇ ପାଇଁ ଅନୁପଯୁକ୍ତ ଅଲିଭ୍‌ ତେଲ : ରନ୍ଧନ ବଦଳରେ ସାଲାଡରେ କରିପାରିବେ ବ୍ୟବହାର

କଳାଜାଇର ଶୁଭ-ଅଶୁଭ ପ୍ରଭାବ : କେଉଁଠି ଥିଲେ ସୁନ୍ଦରୀ ସ୍ତ୍ରୀ ଓ କେଉଁଠି ଥିଲେ ହୃଦରୋଗର ସମ୍ଭାବନା, ଜାଣନ୍ତୁ…

ଜିଓର ସବୁଠାରୁ ଶସ୍ତା ୨୮ ଦିନିଆ ପ୍ଲାନ୍, ଦାମ୍ ମାତ୍ର ଏତିକି

କାହିଁକି ପ୍ରତି ୪ ବର୍ଷରେ ଥରେ ଫେବୃୟାରୀରେ ପଡେ ୨୯ ଦିନ ? ଯଦି ଏମିତି ହେବନି ତେବେ…