PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ହୋଇପାରେ ଏହି ସମସ୍ୟା…

ଭୁବନେଶ୍ଵର, ୨୫/୧୦ : ପ୍ରତିଦିନ ଗାଧୋଇବା ଏକ ଭଲ ଅଭ୍ୟାସ। ପ୍ରତିଦିନ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମରୁ ତୈଳାକ୍ତ ଅଂଶ ଏବଂ ବ୍ୟାକ୍ଟେରିଆ ସଫା ହୋଇଥାଏ। ହେଲେ କଣ ଆପଣ ଜାଣିଛନ୍ତି କି ? ଆବଶ୍ୟକତା ଠାରୁ ଅଧିକ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ଶୁଷ୍କ ହୋଇଯାଏ ଏବଂ କୁଣ୍ଡେଇ ହୁଏ। ସେହିପରି ଶୀତ ଦିନେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବା ପସନ୍ଦ କରନ୍ତି। ତେବେ ଆପଣ ଜାଣିଛନ୍ତି କି, ଯଦି ଆପଣ ଗରମ ପାଣିରେ ଗାଧୋଉଛନ୍ତି ତେବେ ଏହା ଆପଣଙ୍କ ଚର୍ମ ଉପରେ କଣ ପ୍ରଭାବ ପକାଇଥାଏ।

ଗରମ ପାଣି ଆପଣଙ୍କ ଶରୀରକୁ ଉଷ୍ମ କରିବା ସହ ଏହା ଶରୀରକୁ ରିଲାକ୍ସ କରେ। ହେଲେ ଏହି ଗରମ ପାଣି ଆପଣଙ୍କ ଚର୍ମରୁ ସମ୍ପୂର୍ଣ୍ଣ ରୂପରେ ତୈଳ ଅଂଶ ଦୂର କରିଦିଏ। ଯାହା ଫଳରେ ଚର୍ମ ସମ୍ପୂର୍ଣ୍ଣ ରୂପରେ ଶୁଷ୍କ ହୋଇଯାଏ। ଏହା ଦ୍ଵାରା କୁଣ୍ଡେଇ ହୁଏ। ତେଣୁ ଆପଣ ଗରମ ପାଣିରେ ଅଧିକ ସମୟ ଯାଏଁ ଗାଧାନ୍ତୁ ନାହିଁ। ୫ ରୁ ୧୦ ମିନିଟ୍ ଯାଏଁ ଗରମ ପାଣିରେ ଗାଧୋଇ ପାରିବେ। ହେଲେ ଏହା ଠାରୁ ଅଧିକ ସମୟ ଯାଏଁ ଗରମ ପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ପାଇଁ ଏହା କ୍ଷତିକାରକ ହୋଇପାରେ।

ଗରମ ପାଣି ଦ୍ଵାରା ହେଉଥିବା କ୍ଷତି-

ସ୍କିନ୍ ଡ୍ୟାମେଜ୍- ଗରମ ପାଣି ଚର୍ମରେ ଥିବା ଚିକ୍କଣ ଅଂଶକୁ ସମ୍ପୂର୍ଣ୍ଣ ରୂପେ ସଫା କରିଦଏ। ଏହାଦ୍ଵାରା ଚର୍ମ ଶୁଷ୍କ ହୋଇଯାଏ।
କୁଣ୍ଡେଇ ହୁଏ- ସ୍କିନ୍ ଶୁଷ୍କ ହେବାପରେ ଏଥିରେ କ୍ରାକ୍ ସୃଷ୍ଟି ହୁଏ। ଏହା ଦେଖା ନଗଲେ ମଧ୍ୟ ଆପଣଙ୍କୁ କୁଣ୍ଡେଇ ହୁଏ।
ଚର୍ମ କୁଞ୍ଚନ- ଗରମ ପାଣିରେ ଆପଣ ନ ମୁଁହ ଧୋଇଲେ ମଧ୍ୟ ଗାଧୋଇବା ସମୟରେ ଏଥିରୁ ବାହାରୁଥିବା ବାଷ୍ପ ଆପଣଙ୍କ ମୁଁହରେ ବାଜିବ। ଏହାଦ୍ଵାରା ଚର୍ମ କୁଞ୍ଚିତ ହୋଇଥାଏ।