PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସମ୍ବଲପୁରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା : ୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ ହେବ କାର୍ଯ୍ୟକ୍ଷମ

ସମ୍ବଲପୁର ୩୧।୫: ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସମ୍ବଲପୁର ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା କରିଛନ୍ତି । ଜିଲ୍ଲାର ବିଭିନ୍ନ ଟିକାକରଣ କେନ୍ଦ୍ରର ସ୍ଥିତି ଯାଞ୍ଚ କରିବା ସହ କୋଭିଡ୍‌ ହସ୍ପିଟାଲଗୁଡ଼ିକର ସ୍ଥିତି ବି ଯାଞ୍ଚ କରିଛନ୍ତି। ସମ୍ବଲପୁର ଗୋଲବଜାର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ । ସ୍ପର୍ଶ ସିଟି ହସ୍ପିଟାଲରେ ଏହା କାର୍ଯ୍ୟକ୍ଷମ ହେବ । ଏହାକୁ ପରିଚାଳନା କରିବ ବରଗଡ଼଼ ବିକାଶ ହସ୍ପିଟାଲ । ସମ୍ବଲପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି  ।

ତେବେ ଆସନ୍ତା ଜୁନ ୧୫ରୁ ୨୦ ଭିତରେ ଏହା କାର୍ଯ୍ୟକାରୀ ହେବ | ଏଥି ପାଇଁ ଏମସିଏଲ ପକ୍ଷରୁ ବ୍ୟୟ ବରାଦ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ଅତିଶୀଘ୍ର ଅନୁଗୁଳରେ ମଧ୍ୟ ଜେଏସପିଏଲ ଦ୍ବାରା ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକାରୀ ହେବ । ଏନେଇ ଆଜି ସମ୍ବଲପୁର ସିଡିଏମଓ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ହୋଇଥିଲା । ଏହା ସହ ରାଜ୍ୟରେ ବର୍ତ୍ତମାନ ୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ବ୍ଲାକ ଫଙ୍ଗସ ମେଡିସିନ କେନ୍ଦ୍ର ସରକାର ଅଧିନରେ ଅଛି । ରାଜ୍ୟକୁ ୧୦୦ଟି ଇଂଜେକସନ ଆସିଥିବା ବେଳେ ଭୀମସାରକୁ ୩୦ଟି ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ସହ ତୃତୀୟ ଲହରକୁ ଆଖି ଆଗରେ ରଖି  ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ମନ୍ତ୍ରୀ କହିଛନ୍ତି | ଆଗକୁ ଆହୁରି ଚାଇଲ୍ଡ କେୟାର ଖୋଲାଯିବ | ଆଜିର ବୈଠକରେ  ବିକା