PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଆର୍ୟୁବେଦର ଏହି ୪ଟି ନିୟମକୁ ପାଳନ କରନ୍ତୁ, ସବୁବେଳେ ରହିବେ ଫିଟ୍ ଓ ନିରୋଗୀ

https://theconversation.com

ଆଜିକାଲ ବଦଳୁଥିବା ଲାଇଫ ଷ୍ଟାଇଲ୍ କାରଣରୁ ପ୍ରତି ବ୍ୟକ୍ତିଙ୍କର ଖାଦ୍ୟ ପେୟର ପ୍ରଣାଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। କାମର ଚାପ କାରଣରୁ ସବୁବେଳେ ରାତିରେ ଯେଉଁ କିଛି ଖାଦ୍ୟ ତିଆରି ହୁଏ ତାକୁ ଆମେ ଖାଇକି ଶୋଇ ପଡିଥାଉ। ଏହି କାରଣରୁ ବଦହଜମୀ, ଏସିଡିଟି, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦେଖିବାକୁ ମିଳିଥାଏ। ଆର୍ୟୁବେଦ ଅନୁସାରେ, ଆମକୁ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଦରକାର।  

ଥଣ୍ଡା ଓ ବାସି  ଭୋଜନ ଖାଇବାଠାରୁ ଦୂରେଇ ରୁହନ୍ତୁ। ଶରୀରରେ ତିନୋଟି ମୁଖ୍ୟ ପ୍ରକୃତି ରହିଛି, ତାହା ହେଲା ବାତ-ପିତ ଓ କଫ। ଏହାର ସନ୍ତୁଳନ ବିଗିଡିବା ପଳରେ ଆମକୁ ରୋଗ ହୋଇପାରେ। ଏହା ସହିତ ବହୁତ ଅଧିକ ଗରମ ଖାଇବାଠାରୁ ମଧ୍ୟ ନିଜକୁ ଦୂରେଇ ରଖିବା ଦରକାର। କାରଣ ଏହା ଶରୀରରେ ପିତ ଦୋଷକୁ ବଢାଇବାରେ ସାହାଯ୍ୟ କରିଥାଏ। ସେଭଳି ଥଣ୍ଡା ଓ ଅଧିକ ସମୟ ଧରି ରଖା ଥିବା ଖାଦ୍ୟ ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇ ପାରେ। ତେଣୁ ରୋଷେଇ କରିବା ମାତ୍ରେ ଖାଇବା ଦରକାର।

ଅନେକ ଲୋକଙ୍କର ଅଭ୍ୟାସ ଥାଏ ଯେ, ସେମାନେ ଭଲ ଖାଇବା ଦେଖି ଆବଶ୍ୟକତାଠାରୁ ଅଧିକ ଖାଇ ଦେଇଥାନ୍ତି। ଏହା ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। ଏହାଦ୍ବାରା  କୋଷ୍ଠକାଠିନ୍ୟ, ଏସିଡିଟି ଓ ବଦହଜମି ଭଳି ସମସ୍ୟା ହୋଇପାରେ। ଏହା ବାତ, ପିତ, କଫର ସନ୍ତୁଳନକୁ ବି ନଷ୍ଟ କରିପାରେ। ଏହା ସହିତ ଚେଷ୍ଟା କରନ୍ତୁ ଯେ, ରାତିରେ ହାଲକା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ।

ଯଦି ମିଠା ଖାଇବାର ସୌଖିନ ଥାଆନ୍ତି ତେବେ ଚିନି ସ୍ଥାନରେ ଗୁଡ ଖାଇବା ଭଲ। ଆର୍ୟୁବେଦ ଅନୁସାରେ, ଏହାର ନିୟମିତ ସେବନ ଦ୍ବାରା ପେଟର ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଯିବ। ଏହା ସହିତ ଆଣ୍ଠୁଗଣ୍ଠିରେ ଦରଜ ଆଦି ହେଲେ ଅଦା ସହିତ ଗୁଡକୁ ଖାଇ ପାରିବେ। ଗରମ କ୍ଷୀରରେ ଗୁଡ ପକାଇ ଖାଇଲେ ଥଣ୍ଡା-ସର୍ଦ୍ଦି ଭଳି ସମସ୍ୟା ଦୂର ହୋଇଯାଇଥାଏ। ଏହା ସହ ଜଙ୍କ ଫୁଡ୍‌ରେ ପ୍ରଚୁର ମାତ୍ରାରେ ସୁଗାର ଓ ଫ୍ୟାଟ୍ ଥିବାରୁ ବ୍ଲଡ ପ୍ରେସର, ଡାଇବେଟିସ୍, ହୃଦଘାତ ଆଦିର ବିପଦ ବଢିଯାଏ। ସେଥିପାଇଁ ଜଙ୍କ ଫୁଡ୍ ଖାଇବାର ପରିମାଣ କମ୍ କରିଦିଅନ୍ତୁ।