ପ୍ରମୁଖ ଖବର
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ରାଫେଲ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: ଲିକ୍ ଦସ୍ତାବିଜ୍ ନେଇ ଆପତ୍ତି ଉଠାଇଲେ ସରକାର

ନୂଆଦିଳ୍ଳୀ ୧୫।୩: ରାଫେଲ ଯୁଦ୍ଧ ବିମାନ ଚୁକ୍ତି ଫାଇଲରୁ ତଥ୍ୟ ଲିକ୍ ହେବା ପରେ ଏବେ ଏହି ମାମଲା ନୂଆ ମୋଡ଼ ନେଇଛି। ଲିକ୍ ତଥ୍ୟ ଉପରେ ସରକାର ଘୋର ଆପତ୍ତି ଉଠାଇଥିବା ବେଳେ ସୁପ୍ରିମ କୋର୍ଟ ଆଜି ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ଯେଉଁ ତଥ୍ୟ ଲିକ୍ ହୋଇଛି ତାହା ଉପରେ ଆଜି ସରକାର ବିଶେଷ ଅଧିକାର ଦାବି କରି ସୁପ୍ରିମକୋର୍ଟରେ ଦୃଢ଼ ଯୁକ୍ତି ଉପସ୍ଥାପନା କରିଛନ୍ତି।

ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ଏହି ତଥ୍ୟ କୋର୍ଟରେ ଉପସ୍ଥାପନା ହୋଇପାରିବ ନାହିଁ କି ସାର୍ବଜନୀନ କରାଯାଇପାରିବ ନାହିଁ। କିନ୍ତୁ ରାଫେଲ ଚୁକ୍ତି ସଂକ୍ରାନ୍ତ ରାୟର ପୁନର୍ବିଚାର ପାଇଁ ଆବେଦନ କରିଥିବା ଗୋ​‌​‌ଷ୍ଠୀ ଏହାକୁ ପ୍ରଘଟ କରିଥିବାରୁ ଏହା ବିରୋଧରେ କାର୍ଯ୍ୟାନୁ​‌ଷ୍ଠାନ ଜରୁରୀ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ପ୍ରଧାନ ବିଚାରପତି ରଞ୍ଜନ ଗୋଗାଇ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି।

କୋର୍ଟ ଏହି ମାମଲାର ଶୁଣାଣି ଜାରି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ଆବେଦନକାରୀଙ୍କୁ କହିଥିଲେ ଯେ, ରାଫେଲ ଚୁକ୍ତିର ତଥ୍ୟକୁ ନେଇ କୈାଣସି ଶୁଣାଣି ପୂର୍ବରୁ ପ୍ରଥମେ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ଆପତ୍ତିଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବ।

ଅନ୍ୟପକ୍ଷରେ ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ସେ ସରକାର ଏବେ ବିଶେଷ ଅଧିକାର ଦାବି କରୁଥିଲେ ମଧ୍ୟ ଏହି ଦସ୍ତାବିଜ୍ ଫଟୋ କପି କୋର୍ଟରେ ଉପସ୍ଥାପନା ହୋଇଯାଇଛି। ଏ ସମ୍ପର୍କରେ ଜନସାଧାରଣ ଅବଗତ କରାଇସାରିଛନ୍ତି। ଜନସ୍ବାର୍ଥରେ ପ୍ରଘଟ କରାଯାଇଥିବା ତଥ୍ୟ ଉପରେ ସରକାର ବି​‌ଶେଷ ଅଧିକାର ଦାବି କରିପାରିବେ ନାହିଁ ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.