PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ନିଆଁ ଲାଗି ଜଳିଗଲା ୫ଏକର ଜଙ୍ଗଲ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ଫୁଲବାଣୀ: ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲଦଣ୍ଡ
  • ||
  • ଫୁଲବାଣୀ: ସରକାରୀ ଅନୁଦାନ ହଡ଼ପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ
  • ||
  • ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ମୃତଦେହ, କଲାବା ଡ୍ୟାମ୍‌କୁ ଡେଇଁ ମନସୁଖ ହିରନଙ୍କ ଆତ୍ମହତ୍ୟା ସନ୍ଦେହ , ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ
  • ||
  • ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଲମ୍ୱିତ, କାଜୁ ନିଲାମ ପ୍ରକ୍ରିୟାରେ ହେରଫେର ଅଭିଯୋଗରେ ନିଲମ୍ୱନ କଲା ପଞ୍ଚାୟତିରାଜ ବିଭାଗ
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା , ୨ ଦିନିଆ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଫେରିଲା ଅଭିଯୁକ୍ତ ବିବନ
  • ||
  • ବାଲେଶ୍ୱର: ଏସଏଫଡ଼ିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
  • ||
  • ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନନ୍ଦପୁର: ଭୁସୁଡ଼ିଲା ସିଡ଼ାପୁଟ ପୋଲ, ୮ ଗ୍ରାମବାସୀ ଯୋଗାଯୋଗରୁ ବିଛିନ୍ନ
  • ||
  • ସ୍କାଏ ଲାଇଟ୍ ଭାଙ୍ଗି ଚନ୍ଦ୍ରଶେଖରପୁର ଥାନାରୁ ଅଭିଯୁକ୍ତ ଚମ୍ପଟ, ଚୋରି ମାମଲାରେ ବୁଧବାର ରାତିରେ ପୁଲିସ ଉଠାଇ ଆଣିଥିଲା
  • ||
  • କଟକ: ପିଲଗ୍ରିମ ରୋଡ ଦାସ ସାହି ବସ୍ତି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • କଟକ: ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ହାଇକୋର୍ଟ
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ କଟକଣା, ୧୦ ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ଲାଗୁ ହେବ ୧୪୪ ଧାରା
  • ||
  • ଭୁବନେଶ୍ଵର : ଦିଲ୍ଲୀରେ ନୁହେଁ କଟକରେ ଶୁଣାଣି ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା, ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା
  • ||
  • ଗୁଣପୁର: ପୁଟାସିଂ ଥାନାର ମହିଳା ଆଇଆଇସି ଗଞ୍ଜେଇ ଜବତ ପାଇଁ ଯାଇଥିବା ବେଳେ ଘଟିଲା ଘଟଣା, ବିଳମ୍ବିତ ରାତିରେ ମହିଳା ଅଧିକାରୀକୁ ଆକ୍ରମଣ କଲେ ଶତାଧିକ ଲୋକ, ପୋଡ଼ିଲେ ଜବତ ଗଞ୍ଜେଇ
  • ||
  • ଘଟଗାଁ: ମହିଳା ତାରିଣୀ ଭକ୍ତ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
  • ||
  • ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ , କଲେଜ୍ ଓ ବିଶ୍ଵବିଦ୍ୟାଳୟ ଛୁଟି
  • ||
  • ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ପୂଜକଙ୍କ ରାସ୍ତାରୋକ, ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହିତ ମନ୍ଦିରକୁ ପୂଜା ସାମଗ୍ରୀ ଅନୁମତି ଦାବି
  • ||
  • ବଲାଙ୍ଗିର : ଧୋବା ପଡା ଡ୍ରେନରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ବାଥରୁମରେ ଆସିଥାଏ ଅଧିକ ହାର୍ଟ ଆଟାକ୍, ଜମା ଏହି ଭୁଲ୍ କରନ୍ତୁ ନାହିଁ

https://zeenews.india.com/

ଭୁବନେଶ୍ୱର ୧୮/୧: ହାର୍ଟ ଆଟାକ୍ ବା କାର୍ଡିୟକ ଆରେଷ୍ଟ ଆଜିର ସମୟରେ ଏକ ଗମ୍ଭୀର ସମସ୍ୟା ପାଲଟିଛି । ହାର୍ଟ ଆଟାକ୍ ଅଚାନକ ହୋଇଥାଏ ଏବଂ ଏହା ପଛରେ ଅନେକ କାରଣ ହୋଇପାରେ । ହାର୍ଟ ଆଟାକ୍ ଆସିବାର କୌଣସି ନିର୍ଦ୍ଧାରିତ ସମୟ ନଥାଏ । ତେବେ ଆପଣ ଜାଣିବା ଉଚିତ୍ କି ସବୁଠାରୁ ଅଧିକ ହାର୍ଟ ଆଟାକ୍ ବା କାର୍ଡିୟକ ଆରେଷ୍ଟ ସକାଳ ସମୟରେ ବାଥରୁମରେ ହୋଇଥାଏ ।

ହାର୍ଟ ଆଟାକର ସିଧା ସମ୍ବନ୍ଧ ଆମ ରକ୍ତ ସହ ହୋଇଥାଏ । ରକ୍ତ ଜରିଆରେ ଶରୀରରେ ଅକ୍ସିଜେନ୍ ଓ ଜରୁରି ପୋଷକ ତତ୍ତ୍ୱ ପହଞ୍ଚିଥାଏ । ଯେତେବେଳେ ଆମ ହୃତପିଣ୍ଡ ପର୍ଯ୍ୟନ୍ତ ଅକ୍ସିଜେନ୍ ପହଞ୍ଚାଉଥିବା ଧମନୀ ବ୍ଲକ୍ ହୋଇଯାଏ ତେବେ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ହାର୍ଟ ସ୍ପନ୍ଦନର ଗତି ଅସନ୍ତୁଳିତ ହୋଇଯାଏ । ଏଭଳି ସ୍ଥିତିରେ ହାର୍ଟ ଆଟାକ୍ ବା କାର୍ଡିୟକ ଆରେଷ୍ଟ ହୋଇଥାଏ ।

ବାଥରୁମରେ ଅଧିକ ହାର୍ଟ ଆଟାକ୍ ହୋଇଥାଏ । ଏହା ପଛରେ ଅନେକ କାରଣ ରହିଥାଏ । ଯେତେବେଳେ ଆମେ ସକାଳେ ଟୟଲେଟ୍ ଯାଇଥାନ୍ତି, ପେଟକୁ ପୁରା ସଫା କରିବା ପାଇଁ ପ୍ରେସର ଦେବାକୁ ପଡିଥାଏ । ଏହି ପ୍ରେସର ହାର୍ଟର ଧମନୀ ଉପରେ ମଧ୍ୟ ଚାପ ପକାଇଥାଏ । ଫଳରେ ହାର୍ଟ ଆଟାକ୍ ସମ୍ଭାବନା ବଢିଯାଏ ।

ତାପମାତ୍ରା ଯୋଗୁଁ ମଧ୍ୟ ପଡିଥାଏ ପ୍ରଭାବ
ବାଥରୁମର ତାପମାତ୍ରା ଘରର ଅନ୍ୟ କୋଠରୀ ତୁଳନାରେ ଅଧିକ ଥଣ୍ଡା ରହିଥାଏ । ଏଠାରେ ପାଣିର ଫ୍ଲୋ ବାରମ୍ବାର ରହିଥାଏ । ତେଣୁ ଏଭଳି ସ୍ଥିତିରେ ତାପମାତ୍ରାକୁ ସନ୍ତୁଳିତ କରିବା ଓ ବ୍ଲଡ୍ ସର୍କୁଲେସନକୁ ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ହାର୍ଟ ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ଏହା ମଧ୍ୟ ଏକ ବଡ କାରଣ ।

ବ୍ଲଡ ପ୍ରେସରରୁ ପଡିଥାଏ ଫରକ
ସକାଳ ସମୟରେ ଆମ ବ୍ଲଡ୍ ପ୍ରେସର ସାମାନ୍ୟ ଅଧିକ ରହିଥାଏ । ଏଭଳି ସ୍ଥିତିରେ ଅଧିକ ଥଣ୍ଡା ବା ଅଧିକ ଗରମ ପାଣି ସିଧା ପ୍ରଭାବ ପକାଇଥାଏ ଏବଂ ଏଥିରେ ବ୍ଲଡ୍ ପ୍ରେସର ବଢିଯାଏ । ଏହି କାରଣରୁ ବାଥରୁମରେ ହାର୍ଟ ଆଟାକ୍ ହେବାର ଆଶଙ୍କା ବଢିଯାଏ । 

ହାର୍ଟ ଆଟାକରୁ ରକ୍ଷା ପାଇବାର ଉପାୟ
ସ୍ନାନ କରିବା ପୂର୍ବରୁ ପାଣିର ତାପମାତ୍ରା ଶରୀର ସହି ପାରିବା ଭଳି ରଖନ୍ତୁ । ପ୍ରଥମେ ପାଦରେ ମାରନ୍ତୁ । ଏହା ପରେ ଗାଧାନ୍ତୁ । 
ଅଧିକ ସମୟ ବାଥଟବରେ ରୁହନ୍ତୁ ନାହିଁ ।

ହାର୍ଟ ଆଟାକ୍ ଆସିଲେ ତୁରନ୍ତୁ କଣ କରିବେ ?
ଯଦି କେଉଁ ବ୍ୟକ୍ତିକୁ ହାର୍ଟ ଆଟାକ୍ ଆସେ ତେବେ ପ୍ରଥମେ ତାଙ୍କୁ ଭୂମିରେ ଶୁଆଇ ଦିଅନ୍ତୁ ।
ହାର୍ଟ ଆଟାକ୍ ସମୟରେ ଯଦି କେହି ଟାଇଟ୍ ଡ୍ରେସ୍ ପିନ୍ଧିଛନ୍ତି ତେବେ ତୁରନ୍ତ ଖୋଲି ଦିଅନ୍ତୁ ।
ହାତ-ଗୋଡ ଘସି ଦିଅନ୍ତୁ ।
ତୁରନ୍ତ ମେଡିକାଲ୍ ନେବା ବ୍ୟବସ୍ଥା କରନ୍ତୁ ।