PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଥରାଇଲା ଶୀତ : ୯ ସହର ୧୨ ଡିଗ୍ରୀ ତଳେ

ଭୁବନେଶ୍ୱର ୨୦।୧୨ (ବ୍ୟୁରୋ): ଲମ୍ବା ବ୍ୟବଧାନ ପରେ ଶୀତ ଫେରିଛି । ଆଭ୍ୟନ୍ତରୀଣରୁ ନେଇ ଉପକୂଳ ପର୍ଯ୍ୟନ୍ତ, ସାରା ଓଡ଼ିଶାରେ ଥଣ୍ଡା ପ୍ରକୋପ ବଢ଼ିଛି । ରାତିବେଳା ପାରଦ ଅସ୍ୱାଭାବିକ ଭାବେ ଖସି ଆସିଛି । ରାଜ୍ୟର ୯ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଯାଇଛି । ପାଣିପାଗ ବିଭାଗ କହିଛି, ଥଣ୍ଡା ଆହୁରି ବଢ଼ିବ । ଆସନ୍ତା ୩-୪ ଦିନ ଯାଏଁ ଥଣ୍ଡା ପ୍ରକୋପ କମିବା ସମ୍ଭାବନା କମ୍‌ ।

ଉତ୍ତର ଦିଗରୁ କାଲୁଆ ପବନ ବହିବାରୁ ସାରା ରାଜ୍ୟରେ ପାରଦ ଅଚାନକ ଖସିଛି । ଦାରିଙ୍ଗିବାଡ଼ି ସର୍ବନିମ୍ନ ତାପମାତ୍ରା ପୁଣି ୧୦ ଡିଗ୍ରୀ ତଳକୁ ଆସି ୯.୫ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । କନ୍ଧମାଳ ଏବେ ଜାଡ଼ରେ ଥରୁଛି । କେନ୍ଦୁଝର ୧୦ ଡିଗ୍ରୀକୁ ଖସି ଆସିଛି । ଅନ୍ୟ ସହର ମଧ୍ୟରେ ଝାରସୁଗୁଡ଼ା ତାପମାତ୍ରା ୧୦.୩, ଅନୁଗୁଳ ୧୦.୬, ଫୁଲବାଣୀ ୧୧, ସୁନ୍ଦରଗଡ଼ ୧୧.୫, ସମ୍ବଲପୁର ୧୧.୫, ବାରିପଦା ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।

ଉପକୂଳରେ ବି ସାମୁଦ୍ରିକ ପବନ ବନ୍ଦ ହେବା ପରେ ପାରଦ ନିମ୍ନଗାମୀ ହୋଇଛି । ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୦.୩ ଡିଗ୍ରୀକୁ ଖସି ଆସିଥିବାବେଳେ କଟକ ୧୨.୪, ଚାନ୍ଦବାଲି ୧୨.୯ ଡିଗ୍ରୀରେ ପହଞ୍ଚିଛି । ଭୁବନେଶ୍ୱର ତାପମାତ୍ରା ୧୪.୮ ଡିଗ୍ରୀକୁ ଖସିି ଆସିଛି । ଏଥିରୁ ଅନୁମାନ କରାଯାଇପାରେ ଉପକୂଳ ଓଡ଼ିଶା କିଭଳି ଶୀତରେ ଥରୁଛି ।
କାଲିଠାରୁ ସନ୍ଧ୍ୟାରୁ କାଲୁଆ ପବନ ବହୁଛି । ସକାଳବେଳା ବେଶି ଜୋରରେ ପବନ ବହୁଛି ଉତ୍ତର ଦିଗରୁ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ପାଗ ଶୁଖିଲା ରହିବା ସହ ଶୀତ ଲାଗି ରହିବ । ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ଅନୁଭୂତ ହେବ । ଆସନ୍ତା ୨-୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ କମିପାରେ । ଆସନ୍ତାକାଲି ଭୁବନେଶ୍ୱର ତାପମାତ୍ରା ୧୨ ଡିଗ୍ରୀକୁ ଖସିବା ସମ୍ଭାବନା ଅଛି ।