ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୧୦ଟି ଜିଲ୍ଲାରେ ଝଡ଼ ତୋଫାନ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର ୨୧।୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିର, ସୋନପୁର, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

ଏହା ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ପୂର୍ବ ଉତ୍ତରପ୍ରଦେଶରୁ ଓଡ଼ିଶା ଦେଇ ଉତ୍ତର ତାମିଲନାଡ଼ୁକୁ ଏକ ଟ୍ରଫ୍‌ ଲାଇନ୍‌ ଲମ୍ବିଛି। ଏହା ପ୍ରଭାବରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ। ଏଥିସହ ବଲାଙ୍ଗିର, ସୋନପୁର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

   ସମ୍ବନ୍ଧିତ ଖବର


ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

‘ମୋ ବିଦ୍ୟୁତ୍‌’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବେ ଅନ୍‌ଲାଇନ୍‌ରେ‌ ଦେଇ ହେବ ବିଦ୍ୟୁତ ବିଲ୍

ଡ୍ୟାମରେ ଡଙ୍ଗା ବୁଡି ଜଣେ ମୃତ

ନାମୀଦାମୀ ପୁଡିଆରେ ନକଲି ଜର୍ଦ୍ଦା- ନକଲି ଜର୍ଦା କାରଖାନା ଠାବ,୩ ଗିରଫ

ଘର ରଙ୍ଗ କରୁଥିବା ବେଳେ କରେଣ୍ଟ ଲାଗି ଶ୍ରମିକ ମୃତ