ଲଗାଣ ବର୍ଷାର ପ୍ରଭାବରେ ପାହାଡରୁ ଖସିଲା ପଥର , ପୁଟାସିଂ ଗୁଣୁପୁର ରାସ୍ତାରେ ଯାତାୟାତ ଠପ

ଗୁଣପୁର୨୪/୧୦: ଲଘୁଚାପ ଜନିତ  ଲଗାଣ ବର୍ଷାର ପ୍ରଭାବରେ ରାୟଗଡ଼ ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ ପଞ୍ଚାଯତ ବିଶେଷ ପ୍ରଭାବିତ ହୋଇଛି । ଲଗାଣ ବର୍ଷାର ପ୍ରଭାବରେ ପୁଟାସିଙ୍ଗ ଥାନା ଅନ୍ତର୍ଗତ ରେଜିଙ୍ଗତାଲ ଗ୍ରାମ ନିକଟ ପାହାଡ଼ରୁ ଏକ ବିରାଟ ପଥର ଖସି ରାସ୍ତାର ମଧ୍ୟ ଭାଗରେ ଅଟକି ଯିବା ଫଳରେ ରାସ୍ତା ଅବରୋଧ ଘଟିଛି । ଫଳରେ ପୁଟାସିଙ୍ଗ ଠାରୁ  ଗୁଣୁପୁର ରାସ୍ତା ରେ ଯାତାୟାତ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଛି ।

ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇ ଚକିଆ ତଥା ଚାରି ଚକିଆ ଗାଡି ଗୁଡିକ  ଅଟକିବା ସହ ଲୋକଙ୍କୁ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଛି। ରାସ୍ତା ଅବରୋଧ ହେବା ଫଳରେ ମୁଖ୍ୟତ ଗୁଣୁପୁର ବ୍ଲକର ପୁଟାସିଙ୍ଗ ଓ  ଶଗଡା ପଞ୍ଚାଯତ ର ଲୋକେ  ବିଶେଷ ପ୍ରଭାବିତ ହୋଇଛନ୍ତି ।

ଅପର ପକ୍ଷେ ଖବର ପାଇ ଗୁଣୁପୁର ବ୍ଲକ ପ୍ରଶାସନ ଓ ପୁଟାସିଙ୍ଗ ଥାନା ଅଧିକାରୀ ଘଟନା ସ୍ତଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଯଥା  ଶୀଘ୍ର ରାସ୍ତା ରୁ ପଥର ହଟାଯିବା ସହ ଯାତାୟାତ ସ୍ଵାଭାବିକ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ପୁଟାସିଙ୍ଗ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


କୋଣାର୍କ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ଯୋଜନା: ନୂଆ ରିଂରୋଡ୍‌ ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର

କେନ୍ଦ୍ରାପଡ଼ାରେ ଦ୍ୱିତୀୟ ସମଲିଙ୍ଗୀ ବିବାହ ସମ୍ପନ୍ନ: ଦୁଇ ଯୁବତୀ ପରସ୍ପରକୁ ପିନ୍ଧାଇଲେ ବରଣମାଳା

ପାଇକା ନଦୀରୁ ୪ ମଣିଷ ଖପୁରି ଠାବ: ନରବଳି ସନ୍ଦେହ, ଜଣଙ୍କୁ ଜେରା

DCB ବ୍ୟାଙ୍କ୍ ନିକଟରେ ସଡ଼କ ଦୁର୍ଘଟଣା : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ହାଇଓ୍ବା, ହେଲ୍‌ପର ଗୁରୁତର

୩୦ ବର୍ଷୀୟ ପୁଅକୁ ମାରି ପୋତି ଦେଲା ନୃସଂସ ବାପା, ହତ୍ୟାକାଣ୍ଡର ୭ ଦିନ ପରେ ଖୋଲିଲା ଗୁମର

ପୁଣି ହାତୀ ନେଲା ଜୀବନ : ଯାଇଥିଲେ କାଜୁ ବଗିଚାକୁ, ଫେରିପାରିଲେନି ଘରକୁ