PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

୧ ରାତିରୁ ପ୍ରବଳ ବର୍ଷା; ଆଜି ମାଲକାନଗିରି, କୋରାପୁଟ, ଗଜପତିରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ବାଦଲ ଆସୁଛି । ଆଶା ଦେଖାଉଛି, କିନ୍ତୁ ବର୍ଷୁନି । ଗୋଟିଏ ପରେ ଗୋଟିଏ ଲଘୁଚାପ ଆସି ପଳାଉଛି । ଏବେ ବି ଓଡ଼ିଶା ଉପରେ ଲଘୁଚାପ ଅଛି । ହେଲେ ଆଶାନୁଯାୟୀ ବର୍ଷା ନାହିଁ । ପାଣିପାଗ ପୂର୍ବାନୁମାନ ଯାହା, ଆସନ୍ତା ଦୁଇଦିନ ବିସ୍ତୃତ ଅଞ୍ଚଳରେ ବଡ଼ ବର୍ଷା ସମ୍ଭାବନା କମ୍‌ । ତେବେ ବଡ଼ ବର୍ଷା ଧରି ଆଉ ଏକ ଲଘୁଚାପ ଆସୁଛି । ଯାହାକି ଆସନ୍ତା ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ବର୍ଷା କରାଇବ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବ ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପରେ ଏକ ଲଘୁଚାପ ରହିଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ଥିବା ଏହି ଲଘୁଚାପ ପ୍ରଭାବରେ ବିଶେଷ ବର୍ଷା ହେବ ନାହିଁ । ଆସନ୍ତା ଦୁଇଦିନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା କମ୍‌ । ଯଦିଓ କେତେକ ଜାଗାରେ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ଅପରପକ୍ଷରେ ଆସନ୍ତା ୨ ତାରିଖରୁ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ବାଂଲାଦେଶ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୧ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୧ରୁ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବେଶି ବର୍ଷା ଆଶଙ୍କା ରହିଛି ।

ଅନୁମାନ କରାଯାଉଛି, ଆସନ୍ତା ୧ ଓ ୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ । ୨ ତାରିଖରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ । ଦକ୍ଷିଣରେ ଅପେକ୍ଷାକୃତ ବର୍ଷା କମ୍‌ ରହିବ ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, ବରଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ପୁରୀ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ୩୦ରୁ ୫ ତାରିଖ ଭିତରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ । ଏହା ପରେ ବର୍ଷା ବଢ଼ିପାରେ । ଆସନ୍ତା ୬ରୁ ୧୨ ତାରିଖ ଭିତରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି ।

ତେବେ ଆସନ୍ତାକାଲି ରାଜ୍ୟର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୧ ତାରିଖରୁ ପ୍ରବଳ ବର୍ଷା ହେବ । ୨ରେ ଆହୁରି ଅଧିକ ବର୍ଷା ହୋଇପାରେ ।

ଚଳିତବର୍ଷ ଜୁନ୍‌ ପହିଲାରୁ ଏଯାବତ୍‌ ରାଜ୍ୟରେ ଯଦିଓ ବର୍ଷା ପରିମାଣ ସ୍ୱାଭାବିକ ରହିଛି, ତଥାପି ଯେତିକି ହେବା କଥା, ତା’ଠାରୁ ୨ ପ୍ରତିଶତ କମ୍‌ ରହିଛି । ହେବା କଥା ୮୯୬.୨ ମିଲିମିଟର । ହୋଇଛି ୮୭୩.୮ ମିମି । ତେବେ ଚଳିତ ଅଗଷ୍ଟ ମାସରେ (୨୮ ତାରିଖ ସୁଦ୍ଧା) ବର୍ଷା ବଢ଼ିଛି । ସ୍ୱାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।