ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ତାଞ୍ଜାନିଆରେ ପ୍ରବଳ ବର୍ଷାରୁ ଜଳ ପ୍ରଳୟ, ୧୫୫ ମୃତ, ରାସ୍ତା, ବ୍ରିଜ୍ ଏବଂ ରେଳଟ୍ରାକ ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ହେବ ତାଞ୍ଜାନିଆରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୧୫୫ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ବର୍ଷା ହେତୁ ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ତାଞ୍ଜାନିଆର ପ୍ରଧାନମନ୍ତ୍ରୀ କାସିମ ମଜଲିୱା ଏଥିପାଇଁ ଏଲ ନିନୋ ଜଳବାୟୁ ଢାଞ୍ଚାକୁ ଦାୟୀ କରିଛନ୍ତି। ତାଞ୍ଜାନିଆରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାବ୍ରିଜ୍ ଏବଂ ରେଳଟ୍ରାକ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ପ୍ରଧାନମନ୍ତ୍ରୀ ମଜଲିୱା କହିଛନ୍ତି ଯେ, "ପ୍ରବଳ ଝଡ ବତାସ ସହ ଏଲ୍ ନିନୋ ବର୍ଷା ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଘଟିଛି । ଏହା ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି । ବର୍ଷାର ଭୟଙ୍କର ପ୍ରଭାବ ପାଇଁ ସେ ଅସ୍ଥାୟୀ ଚାଷ କାର୍ଯ୍ୟ ଶୈଳୀକୁ ଦାୟୀ କରିଛନ୍ତି। ଏହି ଅସ୍ଥାୟୀ ଚାଷ ପ୍ରଣାଳୀରେ ଫସଲକୁ କାଟି ଜାଳିବା,ପଶୁମାନଙ୍କର ଅନିୟନ୍ତ୍ରିତ ଚରିବା ଏବଂ ଜଙ୍ଗଲ ନଷ୍ଟ ହେବା ଅନ୍ତର୍ଭୁକ୍ତ । 

ତାଞ୍ଜାନିଆର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ୫୧ ହଜାର ଘର ନଷ୍ଟ ହୋଇଯାଇଛି । ଏହା ଦ୍ୱାରା ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀବନ୍ୟାରେ ଫସି ରହିଥିବା ଲୋକଙ୍କୁ ଜରୁରୀକାଳୀନ ସେବା ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପାଣି ଲାଗି ରହିବା କାରଣରୁ ଏଠାରେ ଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିଛି। ବନ୍ୟା ଯୋଗୁଁ ୨୨୬ ଜଣ ମଧ୍ୟ ଆହତ ହୋଇଛନ୍ତି । ପୂର୍ବ ଆଫ୍ରିକାରେ ପ୍ରବଳ ବର୍ଷା ଜାରି ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.