PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର ୨୬/୮ : ଆଗକୁ ବଡ଼ ବର୍ଷା ଆସୁଛି । ଗୋଟିଏ ଲଘୁଚାପ ଓଡ଼ିଶା ଉପରୁ ହଟି ମଧ୍ୟପ୍ରଦେଶ ପଳାଇଥିବାବେଳେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଏହା ଆସନ୍ତା ୨୮ ତାରିଖବେଳକୁ ଲଘୁଚାପରେ ପରିଣତ ହେବ । ଯାହାକି ୩୦ ତାରିଖ ଯାଏଁ ବର୍ଷା କରାଇବ । ପୁଣି ୨ ତାରିଖବେଳକୁ ଆସିବ ଆଉ ଏକ ଲଘୁଚାପ । ଏହା ୨ରୁ ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ । ଏମିତି ପୂର୍ବାନୁମାନରୁ ଆଗକୁ ବଡ଼ ବର୍ଷା ଆଶଙ୍କା କରାଯାଉଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଓଡ଼ିଶା ଉପରେ ଥିବା ଲଘୁଚାପ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ରହିବ । ଏହା ପଶ୍ଚିମ ଦିଗରେ ଗତି କରି ଗୁଜୁରାଟ ଆଡ଼କୁ ମୁହାଁଇବ । ଏହା ପ୍ରଭାବରେ ଆସନ୍ତା ୨୬ ଓ ୨୭ ତାରିଖରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଯାଜପୁରରୁ ସମ୍ବଲପୁର ପର୍ଯ୍ୟନ୍ତ ସରଳରେଖାର ଉତ୍ତର ପାଶ୍ୱର୍ରେ ଥିବା ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ ।

୨୮ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ହେବ । ଯାହାକି ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ୨୮ରୁ ୩୦ ଯାଏଁ ବର୍ଷା ଲାଗି ରହିବ । ଉପକୂଳ ଓ ଉତ୍ତର ଓଡ଼ିଶାରେ ତିନି ଦିନ ଧରି ବର୍ଷା ହେବ । ୨୯ ତାରିଖରେ ସବୁଠୁ ବେଶି ବର୍ଷା ଆଶଙ୍କା ଅଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୨୯ ଓ ୩୦ରେ ବର୍ଷା ସମ୍ଭାବନା ଅଛି । ମୁଖ୍ୟତଃ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ତେବେ ପୁଣି ସେପ୍ଟେମ୍ବର ୨ ତାରିଖବେଳକୁ ଆଉ ଗୋଟିଏ ଲଘୁଚାପ ସମ୍ଭାବନା ଅଛି । ଯାହାକି ଘନୀଭୂତ ହେବା ସହ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା କରାଇବା ଆଶଙ୍କା ଅଛି । ୨ରୁ ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ସମ୍ଭାବ୍ୟ ଦୁଇଟି ଲଘୁଚାପ ମଧ୍ୟରୁ ଦ୍ୱିତୀୟଟି ଅଧିକ ଶକ୍ତିଶାଳୀ ହେବା ସହ ପ୍ରବଳ ବର୍ଷା ଢାଳିବ ।
ପାଣିପାଗ ବିଭାଗ କହିଛି, ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ରାଜ୍ୟର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । ୨୭ ଓ ୨୮ରେ କମ୍‌ ବର୍ଷା ହେବ । ୨୯ରୁ ପୁଣି ବଢ଼ିବ ।

ମୌସୁମୀ ପ୍ରବାହ ଶକ୍ତିଶାଳୀ ଥିବାରୁ ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳରେ ୩୫ରୁ ୫୫ କିମି ବେଗରେ ପବନ ଆଶଙ୍କା ଅଛି । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।
ଲଗାଣ ବର୍ଷା ଯୋଗୁ ଜଳକା ନଦୀ ପୁଣି ଫୁଲି ବିପଦ ସଙ୍କେତ ଡେଇଁଛି । ସନ୍ଧ୍ୟା ୬ଟାବେଳେ ଜଳକା ନଦୀର ଜଳପତ୍ତନ ୬ ମିଟରରେ ପହଞ୍ଚି ଯାଇଥିଲା । ଜଳପତ୍ତନ କ୍ରମଶଃ ବଢ଼ି ଚାଲିଛି । ବଂଶଧାରା ବି ବଢ଼ୁୂଛି । କାଶୀନଗରରେ ଜଳ ସ୍ତର ୫୩.୦୨ ମିଟରରେ ଥିଲା ।

ଯାହାକି ସତର୍କ ସଙ୍କେତଠାରୁ ୦.୫୮ ମିଟର ତଳେ ରହିଛି । ଗୁଣୁପୁରରେ ମଧ୍ୟ ବଂଶଧାରା ଫୁଲିଛି । ଜଳସ୍ତର ୮୧.୨୪ ମିଟରରେ ପହଞ୍ଚିଛି । ଗତକାଲି ରାତିରୁ ଜଳସ୍ତର କମୁଥିବାବେଳେ ସନ୍ଧ୍ୟାରୁ ଆଖୁଆପଦାରେ ବୈତରଣୀ ପୁଣି ବଢ଼ିବାରେ ଲାଗିଛି । ସନ୍ଧ୍ୟା ୬ଟାବେଳେ ୧୭.୨୦ ମିଟରରେ ପ୍ରବାହିତ ହେଉଥିଲା ବୈତରଣୀ । ବ୍ରାହ୍ମଣୀ ମଧ୍ୟ ପାନପୋଷରେ ବଢୁଛି । ସୁନ୍ଦରଗଡ଼ରେ ଇବ୍‌ ଜଳସ୍ତର ବଢ଼ିବାରେ ଲାଗୁଛି ।

ଗତକାଲି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଜି ଦିନରେ ପାରାଦୀପରେ ୮୯ ମିଲିମିଟର, କଟକରେ ୨୬.୨, ବାଲେଶ୍ୱରରେ ୨୪, ଚାନ୍ଦବାଲିରେ ୨୬.୨, ଅନୁଗୁଳରେ ୩୬, ବଲାଙ୍ଗୀରରେ ୨୫ ମିଲିମିଟର ବର୍ଷା ହୋଇଛି ।

ସମ୍ବନ୍ଧିତ ଖବର