୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଳ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ, ୭ ଜିଳ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର ୨୦।୯: ରବିବାର ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଉତ୍ତରପୂର୍ବ ଉପକୂଳରେ ଲଘୁଚାପ ଯୋଗୁଁ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଦେବଗଡ଼ ଏବଂ କଳାହାଣ୍ଡି । ସେହିଭଳି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି ଓ କୋରାପୁଟ ।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ