ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର – ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗଜପତି,ପୁରୀ, କୋରାପୁଟ,ବଲାଙ୍ଗୀର, ରାୟଗଡା ଓ ନୂଆପଡା ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇିଛି । ଏହି ସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି ।

ସେହପରି ମାଲକାନଗିରି, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର, ବରଗଡ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ସ୍ଥାନାରେ  ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୭ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିପାରେ । ଏହି ସମୟରେ ସମୁଦ୍ରକୂଳିଆ ଅଞ୍ଚଳରେ ୪୦-୫୦ କିଲୋମିଟର ମଧ୍ୟରେ ପବନ ବହିପାରେ । ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି ।

   ସମ୍ବନ୍ଧିତ ଖବର


ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ହିଂଜିଳିରେ ଇଣ୍ଡୋର ଷ୍ଟାଡିୟମ ଭିତ୍ତିଭୂମି ପରଖି ଦେଖିଲେ କେନ୍ଦ୍ରୀୟ ଟିମ୍‌

ରାସ୍ତା ଭଲ ଥାଇବି ଉପରେ ତିଆରି ହେଉଛି ନିମ୍ନ ମାନର ରାସ୍ତାକାମ, ମାଲାମାଲ୍ ହେଉଛନ୍ତି ଠିକାଦାର ଓ ସରକାରୀ କର୍ତ୍ତୃପକ୍ଷ…

କରୋନା କଟକଣା ଭିତରେ ଭଦ୍ରକରେ ଚାଲିଛି ମା ଦୂର୍ଗାଙ୍କ ମହାସପ୍ତମୀ ପୂଜା, ଦର୍ଶନ ନପାଇ ନିରାଶ ହେଉଛନ୍ତି ଭକ୍ତ…

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ