ଆସନ୍ତା ୩ ଦିନରେ ଏହି ସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା: ମୁମ୍ବାଇ ଜଳମଗ୍ନ, ସମୁଦ୍ରରୁ ଉଠିପାରେ ଉଚ୍ଚ ଲହରୀ

ମୁମ୍ବାଇ,୨୩।୯: ମୁମ୍ବାଇରେ ଲଗାତାର ପ୍ରବଳ ବର୍ଷା  ଭିତରେ ସମୁଦ୍ରରେ ପ୍ରାୟ ସାଢେ ତିନି ମିଟର ଉଚ୍ଚତା ଲହରୀ(ହାଇ ଟାଇଡ୍) ଆସିବାର ଅନୁମାନ କରାଯାଉଛି। ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, କୋଙ୍କଣ, ଗୋଆ ଓ ଗୁଜରାଟର ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାଛଡା ଆସାମ ଓ ମେଘାଳୟର କିଛି ଅଂଶରେ ୨୩ ଓ ୨୪ ସେପ୍ଟେମ୍ବରରେ ପ୍ରବଳ ବର୍ଷା ହେବ। ଏହାଛଡା ପଶ୍ଚିମବଙ୍ଗର ଉପ-ହିମାଳୟ ଅଞ୍ଚଳ, ସିକ୍କିମ ଓ ପୂର୍ବ ଉତ୍ତର ପ୍ରଦେଶରେ ୨୩ ରୁ ୨୫ ପର୍ଯ୍ୟନ୍ତ ଓ ବିହାରର କିଛି ଅଞ୍ଚଳରେ ୨୩ରୁ ୨୬ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

ମୁମ୍ବାଇରେ ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ବର୍ଷା ବୁଧବାର ହେବାର ପୂର୍ବାନୁମାନ କରିଥିଲା। ମୁମ୍ବାଇରେ ମଙ୍ଗଳବାର ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ସକାଳୁ ବହୁ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପାଣି ଭରି ହୋଇ ରହିଥିଲା। ଏହି କାରଣରୁ  ରାସ୍ତଘାଟ, ଟ୍ରେନ ଚଳାଚଳ ପ୍ରଭାବି ହୋଇଥିଲା। ପ୍ରବଳ ବର୍ଷା କାରଣରୁ ମୁମ୍ବାଇରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ପାଇଁ ବିଏମସି ପକ୍ଷରୁ ଛୁଟି ଦିନ ଘୋଷଣା କରାଯାଇଥିଲା। ବର୍ଷା ଏତେ ପ୍ରବଳ ହୋଇଥିଲା ଯେ, ୨୬ ବର୍ଷର ରେକର୍ଡ ଭାଙ୍ଗିଦେଇଛି।

   ସମ୍ବନ୍ଧିତ ଖବର


କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ