ହେଭିୱେଟ୍‌ ଭରିଲେ ନାମାଙ୍କନ

ଭୁବନେଶ୍ୱର,୮ା୪(ବ୍ୟୁରୋ): କର୍ମୀଙ୍କ ହାତରେ ଦଳୀୟ ପତାକା । ତୁଣ୍ଡରେ ଦଳର ନାରାବାଜି । ଚାରିଆଡ଼େ ବାଜା ଆଉ ଆତସବାଜିର କମ୍ପନ । ବିଭିନ୍ନ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଥିଲା ଏଭଳି ମାହୋଲ । ଆଉ ଏହି ମାହୋଲ ଜରିଆରେ ନିଜ ଶକ୍ତି ପ୍ରଦର୍ଶନ କରି ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ରାଜ୍ୟ ରାଜନୀତିର ବହୁ ହେଭିୱେଟ୍‌ ନେତା ନାମାଙ୍କନ ଦାଖଲ କରିଛନ୍ତି ।

ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଲୋକସଭା ଆସନ ‘କେନ୍ଦ୍ରାପଡ଼ା’ ପାଇଁ ଆଜି ବିଜେପି ଟିକେଟ୍‌ରୁ ବୈଜୟନ୍ତ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଆଶୀର୍ବାଦ ନେଇ ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଭରିଥିଲେ । ବେଦ ପ୍ରକାଶ ଅଗ୍ରୱାଲ ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଯାଇ ଆଜି ନାମାଙ୍କନ ଦାଖଲ କରଛନ୍ତି । ଯଦିଓ ବେଦୁଙ୍କୁ ବହୁ ପୂର୍ବରୁ ବେିଜଡ ଟିକେଟ୍‌ ମିଳିଥିଲା, ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଏ ଆସନ ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଏପରିକି ତାଙ୍କ ବଦଳରେ ପୁଅକୁ ଟିକେଟ୍‌ ଦେବାକୁ ଦାବି କରି ବେଦୁଙ୍କ ପତ୍ନୀ ଓ ପୁଅ ବାରମ୍ବାର ନବୀନ ନିବାସ ଆସିଥିଲେ । ଏଣୁ ଶେଷ ମୁହୂର୍ତ୍ତରେ ଏହି ଆସନରେ ପ୍ରାର୍ଥୀ ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଥଲିା ।

ଏପଟେ ବିଜେପି ଟିକେଟ୍‌ରୁ ହେଭିୱେଟ୍‌ ବିଜୟ ମହାପାତ୍ର ନିଜର ନାମାଙ୍କନ ଦାଖଲ କରଛନ୍ତି । ବୈଜୟନ୍ତଙ୍କ ଭଳି ବିଜୟ ମଧ୍ୟ ବଳଦେବଜୀଉଙ୍କ ଆଶୀର୍ବାଦ ଭିକ୍ଷା କରି ନିଜର ନାମାଙ୍କନ ପତ୍ର ଭରିଛନ୍ତି । ସୂଚନା ଥାଉକି, ୨୦୦୯ ନିର୍ବାଚନରେ ବିଜୟ ମହାପାତ୍ର ବହୁ କମ୍‌ ଭୋଟ୍‌ରେ ବେଦପ୍ରକାଶଙ୍କ ନିକଟରୁ ପରାଜିତ ହୋଇଥିଲେ । ସେହିଭଳି ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ବିଜେଡିରୁ ରବୀନ୍ଦ୍ର ଜେନା ଓ କଂଗ୍ରେସ ପକ୍ଷରୁ ନବଜ୍ୟୋତି ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘସିପୁରା ପରେ ଆଜି ଭଣ୍ଡାରୀପୋଖରୀ ବିଧାନସଭା ଆସନ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।

ସେହିଭଳି ବିଜେଡିରୁ ବିତାଡ଼ିତ ହୋଇ ବିଜେପିରେ ମିଶିଥିବା ହେଭିୱେଟ୍‌ ନେତା ଦାମୋଦର ରାଉତ ବାଲିକୁଦା-ଏରସମା ଆସନ ପାଇଁ ନାମାଙ୍କନ ଭରିଛନ୍ତି । ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସୁଦ୍ଧା ମୋଟ୍‌ ୨୩୯ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ୬ ଲୋକସଭା ଆସନ ପାଇଁ ୩୨ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୪୨ ବିଧାନସଭା ଆସନ ପାଇଁ ୨୦୭ଟି ନାମାଙ୍କନ ଦାଖଲ ହୋଇଛି । କେବଳ ସୋମବାର ଲୋକସଭା ଆସନ ପାଇଁ ୨୩ଟି ଓ ବିଧାନସଭା ଆସନରେ ୧୩୯ ନାମାଙ୍କନ ଦାଖଲ ହୋଇଛି । ସୂଚନା ଥାଉକି, ଏପ୍ରିଲ ୯ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ଏହା ପରଦନି ଅର୍ଥାତ୍‌ ୧୦ ତାରଖିରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଏପଲ୍ରି ୧୨ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ମିଳିବ । ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ହେବ ।

   ସମ୍ବନ୍ଧିତ ଖବର


ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ମମତାଙ୍କୁ ଆଉ ଏକ ଝଟକା: ଦକ୍ଷିଣ କୁଚବିହାର ବିଧାୟକଙ୍କ ଇସ୍ତଫା ପରେ ପରିବହନ ମନ୍ତ୍ରୀଙ୍କ ଇସ୍ତଫା, ବିଜେପିରେ ମିଶିବାକୁ ଏବେ ଦିଲ୍ଲୀରେ ମିହିର

ଅହମ୍ମଦ ପଟେଲଙ୍କ ପରେ କିଏ? କଂଗ୍ରେସ କୋଷାଧ୍ୟକ୍ଷ ପଦ ପାଇଁ କମଲନାଥ, ବେଣୁଗୋପାଳ ଓ ଗେହଲଟ୍‌ଙ୍କ ମଧ୍ୟରୁ ଜଣକୁ ବାଛିବେ ସୋନିଆ

ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?