ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଯୁବକଙ୍କ ହେଲିକ୍ୟାପ୍ଟର ସଟ୍ ଭାଇରାଲ, ଭିଡିଓ ଦେଖି ଧୋନୀଙ୍କୁ ମନେ ପକାଇଲେ ଫ୍ୟାନ୍ସ

ନୂଆଦିଲ୍ଲୀ ୫/୩: ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ମଜାଦାର ଭିଡିଓ ତ କେତେବେଳେ କିଛି ଶିକ୍ଷଣୀୟ ଭିଡିଓ ଭାଇରାଲ ହୋଇଥାଏ । ଏବେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି । ଭିଡିଓରେ ଜଣେ ଯୁବ ଖେଳାଳୀ ଧୋନୀଙ୍କ ଷ୍ଟାଇଲରେ ହେଲିକ୍ୟାପ୍ଟର ସଟ୍ ଲଗାଉଥିବା ନଜର ଆସୁଛନ୍ତି । ଏହି ଭିଡିଓ ଦେଖିବା ପରେ ସମସ୍ତେ ତାଙ୍କ ପ୍ରତିଭାକୁ ପ୍ରଶଂସା କରୁଛନ୍ତି ।

ଇନଷ୍ଟାଗ୍ରାମ ପେଜରୁ ସେୟାର ହୋଇଥିବା ଏହି ଭିଡିଓରେ ଜଣେ ଯୁବକ କ୍ରିକେଟ୍ ଖେଳୁଛନ୍ତି । ଭିଡିଓରେ ଦେଖାଯାଉଛି ଯେ ସେ ହେଲିକ୍ୟାପ୍ଟର ସଟ୍ ଖେଳୁଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଲଗାତର ଭାଇରାଲ ହେବାରେ ଲାଗିଛି ।

wp:html
/wp:html

ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକ୍ୟାପ୍ଟର ସଟ୍ ଲଗାଇବା ସହଜ ନୁହେଁ । ଏହି ସଟ୍ କ୍ରିକେଟରେ ସବୁଠାରୁ ରୋମାଞ୍ଚକ ସଟ୍ ମଧ୍ୟରୁ ଗୋଟିଏ ଏବଂ ଯେତେବେଳେ ଏହି ସଟ୍ ଖେଳାଯାଏ ସର୍ବପ୍ରଥମେ ଧୋନୀଙ୍କ ଛବି ହିଁ ସାମ୍ନାକୁ ଆସେ । ଅବଶ୍ୟ ଅନ୍ୟ ଖେଳାଳୀ ମଧ୍ୟ ଏହି ସଟ୍ ମାରିବାକୁ ଚେଷ୍ଟା କରନ୍ତି କିନ୍ତୁ ଧୋନୀଙ୍କ ଭଳି ଖେଳିବା ସହଜ ନୁହେଁ । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ସମସ୍ତେ ଖୁସି ହୋଇଯାଇଛନ୍ତି । ଭିଡିଓ ଦେଖିବା ପରେ ସମସ୍ତେ ସେହି ଯୁବକଙ୍କୁ ପ୍ରଶଂସା କରୁଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.