PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ମହିଳାଙ୍କ ସହ ମିଶି କ୍ଷେତରେ କାମ କଲେ ହେମା ମାଳିନୀ: ଟ୍ରୋଲ୍ କଲେ ୟୁଜର୍ସ, ଜଣେ ତ ଲେଖିଲା ଏମିତି…

ମୁମ୍ବାଇ ୧/୪: ନିର୍ବାଚନ ପାଇଁ ଏବେ ପ୍ରାର୍ଥୀମାନେ ବହୁତ ଜୋଶରେ ଅଛନ୍ତି । ଆଉ ଏବେ ତ ରାଜନୀତିରେ ରାଜନେତ୍ରୀ କମ୍ ଅଭିନେତ୍ରୀ ଅଧିକ ଅଛନ୍ତି । ବଲିଉଡ ସେଲିବ୍ରିଟିମାନେ ଫିଲ୍ମ କରିବା ସମୟରେ ଅନେକ ସୁବିଧା ସୁଯୋଗ ପାଇଥାନ୍ତି, ସେଥିରେ କମ୍ପ୍ରମାଇଜ୍ ହୁଏନି । କିନ୍ତୁ ଭୋଟ୍ ମାଗିବାକୁ ଯିବା ସମୟରେ ଆକ୍ଟ୍ରେସ୍ ମାନେ ଭିନ୍ନ ଅନ୍ଦାଜରେ ଭୋଟ୍ ମାଗନ୍ତି । ତେବେ ବିଜେପି ପ୍ରାର୍ଥୀ ହେମା ମାଳିନୀଙ୍କ ଏମିତି ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି ।

ରବିବାର ହେମା ମଥୁରାର ଏକ ଗାଁ ଦେବସେରସ ପହଞ୍ଚିଥିଲେ । ସେଠାରେ ସେ କ୍ଷେତରେ ଗହମ କାଟିବା ଏବଂ ଗହମ ବିଡା ଉଠାଉଥିବାର ନଜର ଆସିଛନ୍ତି । ହେମାଙ୍କ ଏହି ଅବତାର ଦେଖି ସେଠାରେ ଥିବା ଚାଷୀମାନେ ଆଶ୍ଚର୍ଯ୍ୟ ହୋଇଗଲେ । ହେମା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ନିର୍ବାଚନ ପ୍ରଚାର ଫଟୋ ସେୟାର କରିଛନ୍ତି । କିନ୍ତୁ ତାଙ୍କର ଏହି ଫଟୋ ଦେଖି ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି ।  

କିଛି ୟୁଜର୍ସ ଲେଖିଛନ୍ତି ଯେ ‘ହେମା ଜୀ, ଗତ ୫ ବର୍ଷ ହେବ ଆପଣଙ୍କୁ ଚାଷୀଙ୍କ କଥା ମନ ପଡିଲାନି କିନ୍ତୁ ନିର୍ବାଚନ ସମୟରେ ଚାଲିଆସିଲେ ଫଟୋ ଉଠାଇବା ପାଇଁ । କେବେ ପର୍ଯ୍ଯନ୍ତ ଗରିବଙ୍କ ମଜା ଉଡାଇବେ ଆପଣମାନେ ?’

ଅନ୍ଯ ଜଣେ ଲେଖିଛନ୍ତି ଯେ ‘ଲାଗୁଛି ଆପଣ ଏବେବି ଆକ୍ଟିଂ କରୁଛନ୍ତି ।‘