ନିର୍ବାଚନ ମଇଦାନରେ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ, ଜଣେ କଂଗ୍ରେସରୁ ଆଉ ଜଣେ ବିଜେଡିରୁ ହେଲେ ପ୍ରାର୍ଥୀ

ସୁନ୍ଦରଗଡ଼ ୨୩।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ୨୦୧୯ ନିର୍ବାଚନ ଲଢ଼ିବେ। ହେମାନନ୍ଦଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳର ଟିକେଟରେ ସୁନ୍ଦରଗଡ଼ (ସଂରକ୍ଷିତ) ଆସନରୁ ଲୋକସଭା ନିର୍ବାଚନ ଲଢୁଥିବବେଳେ ସାନ ଝିଅ ଅମିତା ବିଶ୍ୱାଳ କଂଗ୍ରେସ ଟିକେଟରେ ସୁନ୍ଦରଗଡ (ସଂରକ୍ଷିତ) ଆସନରୁ ବିଧାନସଭା ନିର୍ବାଚନରେ ଲଢୁଛନ୍ତି।

ଆଗରୁ ଏ ଦୁହେଁ କେବେ ବି କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ। ଯେହେତୁ ଏଥର ଦୁଇ ଭଉଣୀ ପ୍ରାର୍ଥୀ ହୋଇଛନ୍ତି ତେବେ ଲଢ଼େଇ ପୁରା ଜୋରଦାର ହେବ ବୋଲି ଆଶା କରାଯାଉଛି। ଅମିତା ଓ ସୁନୀତା  ଦୁହେଁ ଗୃହିଣୀ। ସୁନୀତା ବିଶ୍ୱାଳ କିଛି ଦିନ ତଳେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୧୪ ଲୋକସଭା ନିର୍ବାଚନରେ ହେମାନନ୍ଦ ବିଶ୍ୱାଳ ସୁନ୍ଦରଗଡ଼ (ସଂରକ୍ଷିତ) ଆସନରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଥିଲେ, ମାତ୍ର ପରାଜିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ସେ ଏଠାରୁ ବିଜୟୀ ହୋଇଥିଲେ। ବର୍ତମାନ ତାଙ୍କର ଦୁଇ ଝିଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

   ସମ୍ବନ୍ଧିତ ଖବର


ବୁଲା କୁକୁର ଶୂନ୍ୟ ହେବ ଶ୍ରୀକ୍ଷେତ

ବନ୍ଧା ହେବେ ବୁଲା ଷଣ୍ଢ, ଗାଈଙ୍କୁ ମାଫ୍‌ – ସଫଳ ହୋଇପାରୁନି ବୁଲା ଗୋରୁମୁକ୍ତ ସହର ଅଭିଯାନ

୪ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ କଲା ପୋଲିସ୍, ଭଡ଼ାଘରେ ଚାଲିଥିଲା କାରବାର

ସିଂହଦ୍ୱାରରେ ହେବନି ବଡ଼ବଡୁଆ ଡାକ

ଯାତ୍ରା କଳାକାରଙ୍କ ରୋଜଗାରର ଭିନ୍ନ ଉପାୟ

ଫାଣ୍ଡି ଅଧିକାରୀଙ୍କ ଗୁଣ୍ଡାଗିରି ଅଭିଯୋଗ -ବାବୁ କହିଥିଲେ ୨ ବାଡ଼ି ଦେ,ଅବସ୍ଥା ସଙ୍ଗିନ କଲେ କନେଷ୍ଟବଳ