PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ହେମନ୍ତ ସୋରେନ, ୨୯ରେ ନେବେ ଶପଥ

ରାଞ୍ଚି, ୨୪|୧୨:  ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଜେଏମଏମ ନେତା ହେମନ୍ତ ସୋରେନ ସରକାର ଗଠନ କରିବାକୁ ଯାଉଛନ୍ତି। ହେମନ୍ତ ଆଜି ରାଜଭବନରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି।

ରାଜଭବନରୁ ବାହାରିବା ପରେ ହେମନ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ଆସନ୍ତା ୨୯ ତାରିଖ ଦିନ ୧ଟା ବେଳେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଝାଡଖଣ୍ଡ ବିଧାନସଭାର ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ ନେତୃତ୍ୱାଧୀନ ମେଂଟକୁ ସ୍ପଷ୍ଟ ଜନାଦେଶ ମିଳିଥିଲା। ମେଣ୍ଟ ଖାତାକୁ ୪୭ଟି ଆସନ ଯାଇଥିଲା। ଏଥିରେ ଜେଏମଏମକୁ ୩୦, କଂଗ୍ରେସକୁ ୧୬ ଓ ଆରଜେଡି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଏକାକି ନିର୍ବାଚନ ଲଢିଥିବା ବିଜେପି ୨୫ଟି ଆସନରେ ବିଜୟୀ ହୋଇଥିଲା।