ଆଶ୍ଚର୍ଯ୍ୟ ! କୁକୁଡ଼ା ଅଣ୍ଡା ସୋସିଆଲ ମିଡ଼ିଆରେ ଭାଇରାଲ , ବୈଜ୍ଞାନିକ କରୁଛନ୍ତି ପରୀକ୍ଷା

ମାଲାପୁରମ୍‌ ୨୨-୦୫ : ସାଧାରଣତଃ କୁକୁଡ଼ା ଅଣ୍ଡାର କେଶର ହଳଦିଆ ରଙ୍ଗର ହୋଇଥାଏ । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏହି ଅଣ୍ଡା କେଶର ସବୁଜ ରଙ୍ଗର ନେଇ ଭାଇରାଲ ହୋଇଛି ଏକ ଫଟୋ । ମାଲାପୁରମର ଓଥୁକୁଙ୍ଗାଲର ମୂଳ ବାସିନ୍ଦା ଏ କେ ଶିହାବୁଧେନଙ୍କର ଛୋଟ କୁକୁଡ଼ା ଫାର୍ମରେ ୬ଟି କୁକୁଡ଼ା ସବୁଜ କେଶର  ଯୁକ୍ତ ଅଣ୍ଡା ଦେଉଥିବାର ଏହି କୌତୁହଳପୂର୍ଣ୍ଣ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସବୁଜ ରଙ୍ଗର କେଶର ଥିବା  ଅଣ୍ଡାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶର ଲୋକମାନେ ଏହି ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଶିହାବୁଧେନଙ୍କ ସହ ଯୋଗାଯୋଗ ଆରମ୍ଭ କରିଥିଲେ।

ନିକଟରେ କେରଳ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ (KVASU) ର ବୈଜ୍ଞାନିକମାନେ ବିଶେଷ କରି କୁକୁଡ଼ା ଏବଂ ଅଣ୍ଡା ଉପରେ ଏକ ଅଧ୍ୟୟନ ଆରମ୍ଭ କରିଥିଲେ।

ପ୍ରାୟ ନଅ ମାସ ପୂର୍ବେ, ଶିହାବୁଧେନ ଜାଣିବାକୁ ପାଇଲେ ଯେ ତାଙ୍କର ଗୋଟିଏ କୁକୁଡ଼ା  ସବୁଜ ରଙ୍ଗର କେଶର ଥିବା ଅଣ୍ଡା ଦେଉଛି । ସେ  ଓ ତାଙ୍କ ପରିବାର ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଅଣ୍ଡାଟିକୁ କେହି ଖାଇନଖିଲେ ।

ଏହାପରେ ସେ କୁକୁଡ଼ା ଦେଇଥିବା କିଛି ଅଣ୍ଡାକୁ ଫଟାଇଥିଲେ । ଆଉ ଏହା ଏସବୁ କୁକୁଡ଼ାମାନେ ମଧ୍ୟ ସବୁଜ ଅଣ୍ଡା ଦେବା ଆରମ୍ଭ କରିଥିଲେ ବୋଲି ଜାଣିବାକୁ ପାଇଥିଲେ ।

“ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଆମେ ଏହି ନୂତନ ଧରଣର କେଶର ଯୁକ୍ତ ଅଣ୍ଡାରୁ କୁକୁଡ଼ା ଛୁଆ ବାହାର କରି ପାରିବା, ସେତେବେଳେ ଆମେ ସବୁଜ କେଶର ଥିବା ଅଣ୍ଡା ଖାଇବା ଆରମ୍ଭ କରିଥିଲୁ। ସପ୍ତାହେ ପୂର୍ବରୁ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିବା ପରେ ଏହି ଅଣ୍ଡା ଘଟଣା ଭାଇରାଲ ହୋଇଥିଲା।”

ଶିହାବୁଧେନ ଆହୁରି କହିଛନ୍ତି ଯେ, ଏହି ଅଣ୍ଡାଗୁଡ଼ିକ ସାଧାରଣ ଅଣ୍ଡା ପରି ସ୍ୱାଦଯୁକ୍ତ। ସେ ବର୍ତ୍ତମାନ ବିକ୍ରୟ ପାଇଁ ଅଧିକ କୁକୁଡ଼ା ଏବଂ ଅଣ୍ଡା ବାହାର କରିବାକୁ ଯୋଜନା କରିଛନ୍ତି।

ଅନେକେ ଏବେ ସବୁଜ କେଶର ଥିବା ଅଣ୍ଡା ପାଇଁ ମୋ ପାଖକୁ ଆସିଛନ୍ତି। କିନ୍ତୁ, ବର୍ତ୍ତମାନ ମୁଁ ସେମାନଙ୍କୁ ଅଣ୍ଡା ଦେବା ପାଇଁ ରଖୁଛି।  KVASU ମାନ୍ନୁଥୀ ବୈଜ୍ଞାନିକମାନେ ଏହି ଘଟଣା ଉପରେ ଅଧ୍ୟୟନ ସମାପ୍ତ କରିବା ପରେ ଅଣ୍ଡା ବିକ୍ରି ହେବ ବୋଲି ଶିହାବୁଧେନ କହିଛନ୍ତି ।

ସେପଟେ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ କିଛି ବିଶେଷ ଖାଦ୍ୟ କୁକୁଡ଼ାମାନେ ଖାଇବା ଦ୍ୱାରା ସବୁଜ କେଶର ଥିବା ଅଣ୍ଡା ଦେବା ପଛର କାରଣ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଏହି ଘଟଣାର କାରଣ ଜାଣିବା ପାଇଁ ସେମାନଙ୍କୁ ଆଉ ତିନି ସପ୍ତାହ ଆବଶ୍ୟକ ବୋଲି ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ହରିକୃଷ୍ଣନ୍ ଏସ୍ କହିଛନ୍ତି। ସେ କହିଛନ୍ତି, “କିଛି ପୂର୍ବ ଅନୁସନ୍ଧାନକାରୀ କହିଥିଲେ ଯେ କୁକୁଡ଼ାମାନଙ୍କୁ କିଛି ବିଶେଷ ଫିଡ୍ ବା ଖାଦ୍ୟ ଦିଆଯାଇ ହଳଦିଆର ରଙ୍ଗ ପରିବର୍ତ୍ତନ କରିବା ସମ୍ଭବ। ଆମେ ଏବେ ସେହି ସମ୍ଭାବନାକୁ ଦୃଷ୍ଟିରେ ରଖିଛୁ।”

   ସମ୍ବନ୍ଧିତ ଖବର


କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଏହି ଟିଭି କଳାକାର, କାମ ବଦଳରେ ସାଥିରେ ଶୋଇବାକୁ କହିଥିଲେ ସିରିଏଲର ନିର୍ଦ୍ଦେଶକ…

କାଲିଠୁ ବଦଳିଯିବ ଏହି ୭ ନିୟମ, ବଢ଼ିପାରେ ଆପଣଙ୍କ ଖର୍ଚ୍ଚ

ଆୟରଲ୍ୟାଣ୍ଡରେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ନିର୍ମମ ହତ୍ୟା

ପପୁ ଯାଦବଙ୍କ ନିର୍ବାଚନୀ ସଭାର ମଞ୍ଚ ଭାଙ୍ଗିଲା, ହାତରେ ଫ୍ରାକଚର.. ଦେଖନ୍ତୁ ଭିଡିଓ

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ସୈନିକ ସ୍କୁଲରେ ଏବେ OBC କୁ ମିଳିବ ସଂରକ୍ଷଣ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ …