PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ସୀମାରେ ଡ୍ରଗ୍ସ ସ୍ମଗଲରଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ …ଏହି ‘ଅଜଗର’କୁ ଦେଖି ସୁରକ୍ଷାକର୍ମୀ ଆଶ୍ଚର୍ଯ୍ୟ ହୋଇଗଲେ

https://gyan24hrs.com/

ବିକାନେର : ବିଏସ୍‌ଏଫ୍‌ ରାଜସ୍ଥାନ ଫ୍ରଣ୍ଟିୟରର ବିକାନେରରୁ ଲାଗି ଅନ୍ୟରାଷ୍ଟ୍ରୀୟ ସୀମା ଖାଜୁୱାଲା ଅଞ୍ଚଳରେ ଡ୍ରଗ୍ସ ସ୍ମଗଲିଂର ଖୁଲାସା ହୋଇଛି। ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ବିଏସ୍‌ଏଫ୍‌ ଏକ ବଡ଼ କାର୍ଯ୍ୟାନୁଷ୍ଠାକୁ ସଫଳ କରି ବଡ଼ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ୍‌ କରିଛି ।  ମୁଖ୍ୟ କଥା ହେଲା ଏହି ସ୍ମଗଲିଂରେ ଯେଉଁ ସାମଗ୍ରୀ ମିଳିଛି , ଏହାର ଆକାର ଏକ ଅଜଗର ପରି ବା ଏକ ପାଇପ୍‌ଲାଇନ୍‌ ଭଳି ଦେଖାଯାଉଛି ।

କୁହାଯାଉଛି କି, ସ୍ମଗଲରମାନେ ଏପରି ଏଇଥି ପାଇଁ କରିଥିଲେ , ଏହି କାରବାର ବିଷୟରେ ଯେମିତି ପୁଲିସ୍‌ ଓ ସୁରକ୍ଷା ଯବାନଙ୍କୁ ସନ୍ଦେହ ନହେଉ , କିନ୍ତୁ ବିଳମ୍ୱିତ ରାତ୍ରିରେ ଯେବେ ସୀମାରେ ହଲଚଲ୍‌ ଆରମ୍ଭ ହେଲା , ବିଏସ୍‌ଏଫ୍‌ ଯବାନମାନେ ବର୍ଡର ପୋଷ୍ଟରେ ସ୍ମଗଲରଙ୍କୁ ଚ୍ୟାଲେଞ୍ଜ ଦେଲେ । ସୁରକ୍ଷା ଯବାନଙ୍କ ଶବ୍ଦ ଶୁଣି ପାକିସ୍ତାନରୁ ଆସିଥିବା ସ୍ମଗଲରମାନେ ସେଠାରୁ ପଳାଇଥିଲେ ।

bsf  22222.

ଡ୍ରଗ୍ସ ବିରୋଧରେ ଏହା ଆଜିସୁଦ୍ଧା ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି । ସୀମା ଆରପଟୁ ପାକିସ୍ତାନ ସୀମାରୁ ପାଇପ୍‌ ଲାଇନ୍‌ ଦ୍ୱାରା ଭାରତୀୟ ସୀମାକୁ ଫିଙ୍ଗା ଯାଇଥିବା ୫୪ପ୍ୟାକେଟ୍‌ ହେରୋଇନ୍ ଜବତ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ସୀମାରେ ଜବରଦସ୍ତ ଝଡ଼ ତୋଫାନ ଆରମ୍ଭ ହୋଇଥିଲା । ଏହାର ସୁଯୋଗରେ ସେମାନେ ଏହି ନିଶା କାରବାର କରୁଥିଲେ । ଆଉ ମଧ୍ୟ ଏହାର ସୁଯୋଗରେ ସେ ଫେରାର୍‌ ହେବାରେ ସଫଳ ହୋଇଥିଲେ ।