ଝାରସୁଗୁଡ଼ାରେ କୋଭିଡ୍‌-୧୯ ହସ୍‌ପିଟାଲ୍‌ ପାଇଁ ଚୁକ୍ତି ସ୍ୱାକ୍ଷର କଲା ହାଇଟେକ୍‌ ଗ୍ରୁପ୍‌

ପାରଳାଖେମୁଣ୍ଡି ୧୮/୪: ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକ୍ଷମ ହେବାକୁ ଥିବା କୋଭିଡ୍‌-୧୯ ହସ୍ପିଟାଲ ପାଇଁ ହାଇଟେକ୍‌ ଗ୍ରୁପ୍‌ ସହ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଚୁକ୍ତିନାମା ସ୍ୱାକ୍ଷରିତ କରିଛି । ଏ ସମୟରେ ସରକାରଙ୍କ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ, ହାଇଟେକ୍‌ ମେଡିକାଲ୍‌ କଲେଜ ସିଓଓ ଜ୍ୟୋତିର୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ ଏଡିଏମ ପ୍ରଦୀପ କୁମାର ସାହୁ, ସିଡିଏମ୍‌ଓ ଜଗଦୀଶ ଚନ୍ଦ୍ର ବାରିକ, ପିଡି ତପିରାମ ମାଝୀ ଏବଂ ହାଇଟେକ୍‌ ମେଡିକାଲ କଲେଜର ଏଓ ଶକ୍ତି ସ୍ୱରୂପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କୋରନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ । ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ କରି ଯଦି କେହି ଆକ୍ରାନ୍ତ ହୁଅନ୍ତି ସେମାନଙ୍କୁ ଚିକିତ୍ସ ସେବା ଯୋଗାଇ ଦେବା ପାଇଁ ସେ ଯେଭଳି ଯୋଜନା କରିଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ବୋଲି ହାଇଟେକ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ହାଇଟେକ୍‌କୁ ସାମିଲ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ସୂଚାରୁ ରୂପେ ତୁଲାଇବା ପାଇଁ ହାଇଟେକ୍‌ କର୍ତ୍ତୃପକ୍ଷ ପ୍ରୟାସ କରିବେ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଭଦ୍ରକ: ୩୨ ଲିଟର ଜିଞ୍ଜର ସହ ଦେଶୀ ରନ୍ଧା ମଦ ଜବତ, ୮ ଗିରଫ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ହାତୀ ଆକ୍ରମଣରେ ଜଣେ ମୃତ, ସୁରକ୍ଷା ଦାବି କଲେ ସ୍ଥାନୀୟ ଲୋକେ

ଫେସବୁକ୍‌ରେ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା : ବିଚ୍‌ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ବିବାହିତା ମହିଳା

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍