PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ହାଇଦରକୁ କେନ୍ଦ୍ରାପଡା ଜିଲ୍ଲା ରଣାପଡା ଠାରେ ଥିବା କବରସ୍ଥାନରେ ଦିଆଗଲା କବର

କେନ୍ଦ୍ରାପଡା r: କୁଖ୍ୟାତ ଅପରାଧୀ ସେକ ହାଇଦର କୁ କେନ୍ଦ୍ରାପଡା ଜିଲ୍ଲା ରଣାପଡା ଠାରେ ଥିବା କବରସ୍ଥାନ ରେ କବର ଦିଆଯାଇଛି। ରବିବାର ସନ୍ଧ୍ୟା ୮ ଟା ୩୦ ରେ ପୋଲିସ ସୁରକ୍ଷା ବଳୟରେ ହାଇଦରର ମୃତଦେହରଣାପଡା ରେ ପହଞ୍ଚିଥିଲା। ମୃତଦେହକୁ ତାର ଘରକୁ ନିଆଯାଇ ସିଧା କବରସ୍ଥାନ କୁ ନିଆଯାଇଥିଲା।

ସାଙ୍ଗରେ ତାର ସ୍ତ୍ରୀ ହସିନା ବିବି, ଝିଅ, ବୋହୁ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ରହି ଥିଲେ। ତେବେ କୋଭିଡ଼ କଟକଣା ଭିତରେ ହାଇଦରକୁ କବର ଦିଆଯାଇଥିଲା। ଅନ୍ତିମ ସଂସ୍କାର ବେଳେ ପ୍ରାୟ ୧୫ ଜଣ ଅତ୍ମୀୟସ୍ଵଜନ ଉପସ୍ଥିତ ଥିଲେ। ହାଇଦର କୁ କବର ଦିଆଯିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍ପି ଏମ, ସମ୍ବିତ ସମ୍ପଦ ଉପସ୍ଥିତ ଥିଲେ।

 ସମଗ୍ର ରଣାପଡାରେ ପୋଲିସ ମୁତୟନ କରାଯାଇଥିଲା। “କେନ୍ଦ୍ରାପଡା ରେ ପରିସ୍ଥିତି ସମ୍ପୂର୍ଣ ଶାନ୍ତ ରହିଛି । ସ୍ଥିତି ସମୀକ୍ଷ ପରେ ଧାର୍ଯ୍ୟ ସମୟ ପୂର୍ବରୁ ୧୪୪ ଧାରା ଉଚ୍ଛେଦ କରାଯାଇ ପାରେ” ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ପୁଲିସ ଦେଇଥିବା ସୂଚନା ଅନୁସାରେ, ହାଇଦର୍‌କୁ ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ତାକୁ ନିଆଯାଉଥିବା ପୁଲିସ ଭ୍ୟାନ୍‌ରେ ଥିଲେ ଇନ୍‌ସ୍‌ପେକ୍ଟର ଗଙ୍ଗାଧର ଶାସେନି, ଏସ୍‌ଆଇ ଅସିତ୍‌ ଜେନାଙ୍କ ସମେତ ଏକ ସେକ୍ସନ ପୁଲିସ ଫୋର୍ସ । ଅପରାହ୍ନ ପ୍ରାୟ ୧ଟା ବେଳେ ଏସକର୍ଟ ଗାଡ଼ି ଚୌଦ୍ୱାର ଜେଲ୍‌ରୁ ହାଇଦର୍‌କୁ ଧରି ବାରିପଦା ଅଭିମୁଖେ ବାହାରିଥିଲା । ଦିନ ୩ଟା ୨୦ ମିନିଟ୍‌ ସମୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପୁଲିସ ଗାଡ଼ି ପହଞ୍ଚିବା ବେଳକୁ ପରିସ୍ରା କରିବା କଥା କହି ଗାଡ଼ି ଅଟକାଇବାକୁ ପୁଲିସ୍‌ ଟିମ୍‌କୁ କହିଥିଲା ହାଇଦର୍‌ । ପୁଲିସ୍‌ ତାକୁ ପରିସ୍ରା ଯିବାକୁ ଅନୁମତି ଦେଇଥିଲା । ତେବେ ଗାଡ଼ି ଅଟକିବା କ୍ଷଣି ସେ ତଳକୁ ଓହ୍ଲାଇବା ବେଳେ ହଠାତ୍‌ ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୁଲିସ ଓ ହାଇଦର୍‌ ଭିତରେ କିଛି ସମୟ ପାଇଁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଫେରାର୍‌ ହେବା ଉଦ୍ୟମରୁ ନିବୃତ୍ତ ରହିବା ପାଇଁ ପୂରା ପୁଲିସ ଟିମ୍‌ ତାକୁ ଚେତାବନୀ ମଧ୍ୟ ଦେଇଥିଲା । ମାତ୍ର ସେ ଜବରଦସ୍ତ ବନ୍ଧୁକ ଛଡ଼ାଇ ନେବା ପରେ ପୁଲିସ ଟିମ୍‌ର ସୁରକ୍ଷା ଦୃଷ୍ଟିରୁ ସେଠାରେ ଥିବା ଏସ୍‌ଆଇ ବାଧ୍ୟ ହୋଇ ଏନ୍‌କାଉଣ୍ଟର୍‌ କରିଥିଲେ ।

ଏନ୍‌କାଉଣ୍ଟର୍‌ ବେଳେ ପୁଲିସ୍‌ର ୪ଟି ଗୁଳି ହାଇଦର୍‌ର ବାମ ହାତ, ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାକୁ ଅପରାହ୍ନ ସାଢ଼େ ୪ଟାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ହାଇଦର୍‌ର ମୃତଦେହ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨ ଘଣ୍ଟା ରହିଥିଲା । ସନ୍ଧ୍ୟା ପ୍ରାୟ ୬ଟା ୨୪ ମିନିଟ୍‌ରେ ଏଡିଏମ୍‌ଓ ମୃତ୍ୟୁଞ୍ଜୟ ମିଶ୍ର ତାକୁ ମୃତ ବୋଲି ଘୋଷଣା କରିଥିଲେ ।