୨୩ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତିରୋଧାନ ଦିବସ: ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ ୨୨/୮ : ହିନ୍ଦୁ ଧର୍ମଗୁରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତିରୋଧାନ ଦିବସ ଆସନ୍ତା ୨୩ରେ ଅନୁଷ୍ଠିତ ହେବ । ଏଥିପାଇଁ ତୁମୁଡିବନ୍ଧର ଜଳେଶପଟା ଓ ଚକାପାଦ ଠାରେ ଥିବା ସ୍ୱାମୀଜୀଙ୍କ ଆଶ୍ରମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ତେବେ ତିରୋଧାନ ଦିବସରେ ଯେପର କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତ ସୃଷ୍ଟି ନହେବ ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଜଳେଶପଟାରେ ଥିବା ଆଶ୍ରମରେ ସ୍ୱାମୀଜୀ ଓ ତାଙ୍କ ୪ ଜଣ ସହେଯାଗୀଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ ।
ଉଭୟ ଜନ୍ମାଷ୍ଟମୀ ଓ ସ୍ୱାମୀଜୀଙ୍କ ତିରୋଧାନ ଦିବସ ପଡୁଥିବାରୁ ପୁଲିସ ପ୍ରଶାସନ ସମସ୍ତ ପ୍ରକାର ସତର୍କତା ଅବଲମ୍ଭନ କରାଯିବା ସହ ସରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଥିବା ଏସ୍‌ପି ପ୍ରତୀକ୍‌ ସିଂ ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଜିଲ୍ଲାରେ ଆଇନ ଶୃଙ୍କଳା ପରିସ୍ଥିତି ଓ ସାମ୍ଭାବ୍ୟ ପରିସ୍ଥିତି ଉପରେ ସମସ୍ତ ଥାନା ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି ।

ଜିଲ୍ଲାରେ ଥିବା ଫୋର୍ସ ସହ ଅଧିକ ୧୨ ପ୍ଲାଟୁନ ଫୋର୍ସ ରାଜ୍ୟରୁ ଅଣାଯାଇ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି । ଓଡ୍ରାଫର ଗୋଟିଏ ପ୍ଲାଟୁନ ମଧ୍ୟ ଜିଲ୍ଲାରେ ପହଞ୍ଚିଛନ୍ତି । ରାତ୍ରୀକାଳୀନ ପାଟ୍ରୋଲିଂକୁ କଡାକଡି କରାଯିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । କୁଇକ୍‌ ରେସ୍‌ପନ୍‌ସ୍‌ ଟିମ ଗଠନ କରାଯାଇଛି । ଏଥିସହ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ଜଳେଶପଟା ଓ ଚକାପାଦ ଆଶ୍ରମରେ ସ୍ୱତନ୍ତ୍ର ଫୋର୍ସ ରହିବେ ଓ ସେଠାରେ ବରିଷ୍ଠ ପୁଲିସ ଅଧିକାରୀ କ୍ୟାମ୍ପ କରିବେ । ବର୍ତମାନ ଜିଲ୍ଲାରେ ଶାନ୍ତି ରହିଥିବା ଏସ୍‌ପି କହିଛନ୍ତି ।

   ସମ୍ବନ୍ଧିତ ଖବର


ବଲାଙ୍ଗୀର ପୋଲିସ୍‌ ହାତରେ ବଡ ଲୁଟେରା ଗ୍ୟାଙ୍ଗ, ୩ ବାଇକ୍ ଓ ପିସ୍ତଲ ସମେତ ଅଫୁଟା ଗୁଳି ଜବତ…

ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ଼, ଛଡାଇ ନେଲେ ବୁମ୍-କ୍ୟାମେରା…

ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ଠକିନେଲା MCL ! ଏଯାଏଁ ମିଳିଲାନି କ୍ଷତିପୂରଣ, ଦୁଇଦିନ ହେବ ଅନଶନରେ ଜମି ମାଲିକ…

କେନାଲରେ ଗାଧୋଇବା ହେଉଛି କାଳ; ୨ ଦିନରେ ଭାସିଯାଇ ୨ ନିଖୋଜ…

ଭଞ୍ଜନଗର ତଳ ବାଗଦେବୀ ଓ ଉପର ମା ବ୍ୟାଘ୍ରଦେବୀଙ୍କ ଠାରେ ଚାଲିଛି ନବରାତ୍ର ପୂଜା…

ଦୁର୍ଗାଙ୍କ ପୂଜାରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ମା ନୀଳବର୍ଣ୍ଣା ସରସ୍ଵତୀ, ଏଠି ଦଶହରାରେ ପୂଜା ପାଆନ୍ତି ମା ସରସ୍ବତୀ…