PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ

କଟକ ୨୧।୧୦: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ । ହାଇକୋର୍ଟରୁ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରହିଛି । ତେବେ ନିମ୍ନ ଅଦାଲତ ଆବଶ୍ୟକ ମୁତାବକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ବିଜେପି ନେତାଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ।

ଗତ ୮ ତାରିଖରେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବୋଦନ ଖାରଜ ହୋଇଥିଲା । ଖୋର୍ଦ୍ଧା କୋର୍ଟରେ କରିଥିବା ଜାମିନ୍ ଆବେଦନ ଖାରଜ ପରେ ଚିଲିକା ବିଧାୟକଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା । ଖୋର୍ଦ୍ଧା ଏଡିଜେ-୧ ଅଦାଲତ ତାଙ୍କର ଜାମିନ ଖାରଜ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ କୋର୍ଟରେ ପ୍ରଶାନ୍ତ ଜଗଦେବ ଆତ୍ମସମର୍ପଣ କରିଥିଲେ । ବିଧାୟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଖୋର୍ଦ୍ଧାଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ ।

ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଥାନାରେ ବିଧାୟକ ଜଗଦେବଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ବିଧାୟକ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ପରାମର୍ଶ କ୍ରମେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ । ଏହାର ବିଚାର କରି କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ତେବେ ଗୁରୁବାର ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି ।

ସମ୍ବନ୍ଧିତ ଖବର